Wednesday, February 19, 2025
Wednesday, February 19, 2025
Home ରାଜ୍ୟ ପଙ୍କ କାଦୁଅରୁ ଦନ୍ତାର ମୃତଦେହ ଉଦ୍ଧାର

ପଙ୍କ କାଦୁଅରୁ ଦନ୍ତାର ମୃତଦେହ ଉଦ୍ଧାର

by
0 comment

ଚିତ୍ରଡ଼ା: ମୟୂରଭଞ୍ଜ ମୋରଡ଼ା ବ୍ଲକ୍‌ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ପାଖରୁ ଆଜି ଏକ ବିରାଟ ଦନ୍ତାହାତୀର ମୃତଦେହ ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ହାତୀ-ହାତୀ ଲଢ଼େଇରେ ଦନ୍ତା ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଭାଲିଆଡ଼ିହା ପଞ୍ଚାୟତ ସୁନାହଜା ନିକଟ ଦୁର୍ଗାପୁର ଜଙ୍ଗଲରେ ଗତ ୩ ଦିନ ହେଲା ୧୧ଟି ହାତୀ ରହିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ। ଆଜି ଅପରାହ୍ଣ ପ୍ରାୟ ୨ଟା ସମୟରେ ସ୍ଥାନୀୟ ବନ ସୁରକ୍ଷା ସମିତି ସଭାପତି ମହେଶ୍ୱର ମହାନ୍ତ ତାଙ୍କ ବିଲକୁ ପାଣି ଛାଡ଼ିବାକୁ ଯାଇଥିବା ବେଳେ ସେଠାରେ ପଙ୍କ କାଦୁଅରେ ହାତୀଟି ପଡ଼ିରହିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଯାଞ୍ଚ କରିବାରୁ ହାତୀଟିର ମୃତ୍ୟୁ ହୋଇ ସାରିଥିଲା। ହାତୀର ଶୁଣ୍ଢ କାଦୁଅ ଭିତରେ ପଶିଯାଇଥିବା ବେଳେ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଏସସିଏଫ୍‌ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ମନୱାର ଖାଁ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂସାମନ୍ତ, ଦୀପକ କୁମାର ପାତ୍ର, ଫରେଷ୍ଟ ଗାର୍ଡ ବିଜୟ ମହାନ୍ତ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। 

ମୃତ ଦନ୍ତାର ବୟସ ୭ରୁ ୮ ବର୍ଷ ହେବ। ନିଜ ଦଳରେ କୌଣସି ହାତୀ ସହ ଲଢ଼େଇ ବେଳେ ପଙ୍କ କାଦୁଅରେ ଫସିଯାଇ ହାତୀଟି ଅଣନିଶ୍ବ‌ାସୀ ହୋଇ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ବୋଲି ରେଞ୍ଜର ଶ୍ରୀ ଖାଁ କହିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ‌ସେ କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od