Friday, February 14, 2025
Friday, February 14, 2025
Home Latest ନେହେରୁ-ଇନ୍ଦିରାଙ୍କ ପରେ ଇତିହାସ ରଚିଲେ ମୋଦୀ

ନେହେରୁ-ଇନ୍ଦିରାଙ୍କ ପରେ ଇତିହାସ ରଚିଲେ ମୋଦୀ

by
0 comment

ନେହେରୁ-ଇନ୍ଦିରାଙ୍କ ପରେ ଇତିହାସ ରଚିଲେ ମୋଦୀ

ନୂଆଦିଲ୍ଲୀ: ଭାରତ ଗୁରୁବାର ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ନିଜର କାର୍ଯ୍ୟକାଳରେ ୧୧ଥର ପାଇଁ ଲାଲକିଲ୍ଲାରେ ସେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ୧୧ଥର ପାଇଁ ପତାକା ଉତ୍ତୋଳନ କରି ସେ ଇତିହାସ ସୃଷ୍ଟି କରିଛନ୍ତି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଏଭଳି କରିଛନ୍ତି। ଏହାପୂର୍ବରୁ ଜବାହରଲାଲ ନେହେରୁ ଲାଲକିଲ୍ଲାରେ ୧୭ ଥର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ଇନ୍ଦିରା ଗାନ୍ଧୀ ୧୬ ଥର ଜାତୀୟ ପତାକା ଉତ୍ତୋଳନ କରି ଇତିହାସ ରଚିଥିଲେ। ଏବେ ମୋଦୀ ୧୧ ଥର ଏଭଳି କରି ଏହି ତାଲିକାରେ ସାମିଲ ହୋଇଛନ୍ତି।

#WATCH | PM Narendra Modi says, “Today, we also have with us the youth who made the Indian flag fly high in #Olympics. On behalf of 140 crore countrymen, I congratulate all our athletes and players…In the next few days, a huge contingent of India will leave for Paris to… pic.twitter.com/g9jcsip1Fk

— ANI (@ANI) August 15, 2024

ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅତିକ୍ରମ କରିଛନ୍ତି।ମନମୋହନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଶଥର ସ୍ୱାଧୀନତା ଦିବସ ଭାଷଣ ଦେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od