
ନୂଆଦିଲ୍ଲୀ,୧୨।୧୨: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେପାଳ ସେନା ମୁଖ୍ୟ ଅଶୋକ ରାଜ୍ ସିଗଦେଲଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ ର଼୍ୟାଙ୍କ ପ୍ରଦାନ କରିଛନ୍ତି।
ଭାରତ ଓ ନେପାଳ ମଧ୍ୟରେ ରହିଥିବା ଦୀର୍ଘ ଦୀନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ସିଗଦେଲଙ୍କ ରହିଥିବା ଅବଦାନକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ପ୍ରତି ୪ ଦିନିଆ ଭାରତ ଗସ୍ତରେ ଥିବା ସିଗଦେଲ ଆସନ୍ତା ୧୪ରେ ନେପାଳ ଫେରିବେ।