Saturday, February 22, 2025
Home Latest ନୂଆପଡ଼ା ଜିଲ୍ଲାରେ ଚିନ୍ତାବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା: ୨ ବର୍ଷରେ ଗଲାଣି ୧୦ ଜୀବନ

ନୂଆପଡ଼ା ଜିଲ୍ଲାରେ ଚିନ୍ତାବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା: ୨ ବର୍ଷରେ ଗଲାଣି ୧୦ ଜୀବନ

by
0 comment

ନୂଆପଡ଼ା ଜିଲ୍ଲାରେ ଚିନ୍ତାବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା: ୨ ବର୍ଷରେ ଗଲାଣି ୧୦ ଜୀବନ

ନୂଆପଡ଼ା: ବର୍ତ୍ତମାନ ସାରା ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ବଢ଼ିଗଲାଣି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା। ନୂଆପଡ଼ା ଜିଲ୍ଲାରେ ବିଗତ ୨ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୦୮ ଜଣଙ୍କୁ ସାପକାମୁଡ଼ାଥିବା ବେଳେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ପ୍ରତ୍ୟେକ ଦିନ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାପ କାମୁଡ଼ାରେ ଗୁରୁତର ରୋଗୀ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ବର୍ତ୍ତମାନ ପରିସ୍ଥିତିରେ କିପରି ସାପ କାମୁଡ଼ାର ମୃତ୍ୟୁ ସଂଖ୍ୟା କମାଇବା ପାଇଁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାପକାମୁଡି ପରେ ତାଙ୍କୁ ଦେଶୀ ଚିକିତ୍ସା ବଦଳରେ ତୁରନ୍ତ ଡାକ୍ତରଖାନା ଚିକିତ୍ସା କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଉଛି। ବିଗତ କିଛି ବର୍ଷର ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ସଂଖ୍ୟାକୁ ତର୍ଜମା କଲେ, ଗତ ୨୦୨୧-୨୨ ରେ ଜିଲ୍ଲାରେ ୩୦୬ ଜଣଙ୍କୁ ସାପକାମୁଡ଼ି ଥିବା ବେଲେ ୪ ଜଣଙ୍କ ମୃତ ହୋଇଛି।

ସେପରି ୨୦୨-୨୩ ରେ ୫୦୨ ଜଣଙ୍କୁ ସାପକାମୁଡ଼ି ଥିବା ବେଲେ ୬ ଜଣଙ୍କ ମୃତ୍ୟୃ ହୋଇଛି। ନୂଆପଡ଼ା ବ୍ଳକରେ ୨୮୩ ଜଣଙ୍କୁ ସାପ କାମୁଡ଼ିଥିବା ବେଲେ ୬ ଜଣଙ୍କ ମୃତ୍ୟୃ ହୋଇଥିବା ବେଲେ କୋମନା ବ୍ଳକରେ ୨୯ ଜଣଙ୍କୁ ସାପ କାମୁଡ଼ିଥିବା ବେଲେ ଖଡ଼ିଆଳ ବ୍ଳକରେ ୧୦୦ ଜଣ, ବୋଡ଼େନ ବ୍ଳକରେ୧୮ଜଣ, ସିନାପାଲି ବ୍ଳକରେ ୭୦ ଜଣଙ୍କୁ ସାପକାମୁଡ଼ୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଲିଛି। ବର୍ତ୍ତମାନ ବର୍ଷା ଦିନରେ ସାପକାମୁଡ଼ି ଅଧିକ ରହିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ୫ଟି ବ୍ଳକ ଡାକ୍ତଖାନରେ ଏଏସଭି ମେଡିସିନ ମହଜୁଦ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପରି ବର୍ଷାଋତୁ ଆରମ୍ଭ ହୋଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ସାପ କାମୁଡ଼ିବାରେ ବିଳମ୍ବ ନକରି ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ପହଞ୍ଚି ଡାକ୍ତରଙ୍କ ସହ ପରାମର୍ଶ ନେଇ ତୁରନ୍ତ ଚିକିତ୍ସା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଗାଁରେ ସଚେତନା ମଧ୍ୟ କରୁଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od