Wednesday, February 19, 2025
Home Latest ନିର୍ବାଚନ ପ୍ରଚାର ସରଗରମ: ପାରଳାଖେମୁଣ୍ଡି, କୋରେଇରେ ସ୍ବାମୀଙ୍କ ପାଇଁ ସ୍ତ୍ରୀ ମାଗୁଛନ୍ତି ଭୋଟ୍‌

ନିର୍ବାଚନ ପ୍ରଚାର ସରଗରମ: ପାରଳାଖେମୁଣ୍ଡି, କୋରେଇରେ ସ୍ବାମୀଙ୍କ ପାଇଁ ସ୍ତ୍ରୀ ମାଗୁଛନ୍ତି ଭୋଟ୍‌

by
0 comment

ନିର୍ବାଚନ ପ୍ରଚାର ସରଗରମ: ପାରଳାଖେମୁଣ୍ଡି, କୋରେଇରେ ସ୍ବାମୀଙ୍କ ପାଇଁ ସ୍ତ୍ରୀ ମାଗୁଛନ୍ତି ଭୋଟ୍‌

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତି ଓ ପ୍ରଚାର ସରଗରମ ହେଉଛି। ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରଚାର ଜମୁଛି। ଏହି ଆସନରେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆକାଶ ଦାସ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। କଂଗ୍ରେସ ଟିକେଟ୍‌ରେ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି। ତେବେ ଆକାଶ ଦାସଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସ ନାୟକ । ବ୍ୟାସନଗର ପୌରାଂଚଳରେ ମହିଳା କର୍ମୀଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। କୋରେଇ ଅସ୍ମିତା, ସ୍ୱାଭିମାନ ଓ ସମ୍ନାର କଥା କହି ଆକାଶ ଦାସ ନାୟକଙ୍କ ପାଇଁ ଭୋଟ ମାଗୁଛନ୍ତି ତାଙ୍କ ପତ୍ନୀ।

Sambad is now on WhatsApp

Join and get latest news updates delivered to you via WhatsApp

ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଉଷ୍ମ ହେଉଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଗୀତ ଗାଉଛନ୍ତି ଓ ଡାଇଲଗ୍ ବି କହୁଛନ୍ତି। ଗୁରୁବାର ଗୋଷାଣୀ ବ୍ଲକରେ ବାଇକ ରାଲି ସହ ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ପ୍ରିୟା। ଅଭିନେତ୍ରୀ ପ୍ରିୟାଙ୍କୁ ଷ୍ଟାର କ୍ୟାମ୍ପେନର କରିଛି ଦଳ। ସେହିପରି ରୂପେଶ ପାଣିଗ୍ରାହୀଙ୍କ ପତ୍ନୀ ପୁଷ୍ପାଞ୍ଜଳି ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od