Sunday, February 23, 2025
Home Latest ନିର୍ବାଚନ ତାଲିମ ଶିବିର ଶେଷ: ୩୧୧ ଜଣ କର୍ମଚାରୀ ଦେଲେ ପୋଷ୍ଟାଲ ଭୋଟ୍‌

ନିର୍ବାଚନ ତାଲିମ ଶିବିର ଶେଷ: ୩୧୧ ଜଣ କର୍ମଚାରୀ ଦେଲେ ପୋଷ୍ଟାଲ ଭୋଟ୍‌

by
0 comment

ନିର୍ବାଚନ ତାଲିମ ଶିବିର ଶେଷ: ୩୧୧ ଜଣ କର୍ମଚାରୀ ଦେଲେ ପୋଷ୍ଟାଲ ଭୋଟ୍‌

ଝରିଗାଁ: ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଚଳିତ ନିର୍ବାଚନ ହେବାକୁ ଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଳକର କର୍ମଚାରୀମାନଙ୍କୁ ନେଇ ସ୍ଥାନୀୟ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତିନି ଦିନ ଧରି ଚାଲିଥିବା ଦ୍ଵତୀୟ ପର୍ଯ୍ୟାୟ ତାଲିମ ଶିବିର ଆଜି ଶେଷ ହୋଇଯାଇଛି। ତିନିଦିନ ଧରି ନବରଙ୍ଗପୁର ଏଡ଼ିଏମ୍‌ ଜେନେରାଲ ମହେଶ୍ବର ଚନ୍ଦ୍ର ନାୟକ, ଝରିଗାଁ ବିଡ଼ିଓ ପ୍ରିତା କୁମାର, ଚନ୍ଦାହାଣ୍ଡି ବିଡ଼ିଓ ରାମକୃଷ୍ଣ ନାୟକ, ତହସିଲଦାର ସହଦେଵ କୁଟୁରୁକା, ମାଷ୍ଟର ଟ୍ରେନର ଓ ସେକ୍ଟର ଅଫିସରମାନେ ଉପସ୍ଥିତ ରହି କର୍ମଚାରୀମାନଙ୍କୁ ତାମିଲ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ୫୫୬ ଜଣ କର୍ମଚାରୀ ମଧ୍ୟରୁ ୪୯ ଜଣ କର୍ମଚାରୀ ବିଭିନ୍ନ କାରଣରୁ ଅନୁପସ୍ଥିତ ଥିଲେ।

Sambad is now on WhatsApp

Join and get latest news updates delivered to you via WhatsApp

ସେହିପରି ଦ୍ଵତୀୟ ଦିନରେ ୫୩୫ ଜଣ କର୍ମଚାରୀ ମଧ୍ୟରୁ ୫୦ ଜଣ କର୍ମଚାରୀ ଭିବିନ୍ନ କାରଣରୁ ଅନୁପସ୍ଥିତ ରହିଥିବା ବେଳେ ତୃତୀୟ ଦିନରେ ୫୮୬ ଜଣ କର୍ମଚାରୀ ମଧ୍ୟରୁ ୫୦ ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି। ସେହିପରି ଆସିଷ୍ଟାଣ୍ଟ କଲେକ୍ଟର ଓ ଝରିଗାଁ ଅତିରିକ୍ତ ତହସିଲଦାର ଉପସ୍ଥିତ ରହି କର୍ମଚାରୀ ମାନଙ୍କ ଠାରୁ ପୋଷ୍ଟାଲ ଭୋଟ ସଂଗ୍ରହ କରିଥିଲେ।ପ୍ରଥମ ଦିନ ୯୫ ଜଣ କର୍ମଚାରୀ ପୋଷ୍ଟାଲ ଭୋଟ ଦେଇ ଥିବା ବେଳେ ଦ୍ଵତୀୟ ଦିନରେ ଉମରକୋଟ ନିର୍ବାଚନ ମଣ୍ଡଳୀର ୮ ଜଣ, ଝରିଗାଁ ନିର୍ବାଚନ ମଣ୍ଡଳୀର ୫ଜଣ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ୪୭ ଜଣ, ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ୪୨ ଜଣ କର୍ମଚାରୀ ପୋଷ୍ଟାଲ ଭୋଟ ଦେଇ ଥିବା ସୂଚନା ମିଳିଛି।

ସେହିପରି ଶେଷ ଦିନରେ ଉମରକୋଟ ନିର୍ବାଚନ ମଣ୍ଡଳୀର ୮ ଜଣ, ଝରିଗାଁ ନିର୍ବାଚନ ମଣ୍ଡଳୀର ୧୦ ଜଣ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ୫୪ ଜଣ ଏବଂ ଡାବୁଗାଁ ନିର୍ବାଚନ ମଣ୍ଡଳୀର ୪୨ ଜଣ କର୍ମଚାରୀ ପୋଷ୍ଟାଲ ଭୋଟ ଦେଇ ଥିଲେ। ତିନି ଦିନରେ ମୋଟ ୩୧୧ ଜଣ କର୍ମଚାରୀ ପୋଷ୍ଟାଲ ଭୋଟ ଦେଇଥିବା ବ୍ଲକ ପକ୍ଷରୁ ସୁଚନା ମିଳିଛି। ଝରିଗାଁ ବ୍ଲକ ଜିପିଇଓ ରମେଶ ଚନ୍ଦ୍ର ହରିଜନ ସମେତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od