Sunday, February 23, 2025
Home Home Left ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

by
0 comment

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ, ଶୃଙ୍ଖଳିତ ଭାବେ ସମାପନ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟବେକ୍ଷକ ବରଗଡ଼ରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଗିରିୱାଇ ଦୟାଲ ସିଂ(ଆଇଏଏସ୍‌) ପଦ୍ମପୁର, ବିଜେପୁର, ବରଗଡ଼ ଏବଂ ଜେ.ମଞ୍ଜୁନାଥ(ଆଇଏଏସ୍‌) ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ରହିଛନ୍ତି।

ସେହିପରି ମୋଦକ ରାଜେଶ ଡି.ରାଓ(ଆଇପିଏସ) ବରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ପୋଲିସ ପର୍ଯ୍ୟବେକ୍ଷକ ରହିଛନ୍ତି। ଶଶୀକାନ୍ତ ସିଂ(ଆଇଆର୍‌ଏସ୍‌) ବରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ସି ଏବଂ ସିଇ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅଛନ୍ତି। ସେହିପରି ଗୌତମ ମହାକୂଳ(ଆଇସିଏଏସ୍‌) ପଦ୍ମପୁର, ବିଜେପୁର, ବରଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଏବଂ କ୍ରିଷ୍ଣା ମୂର୍ତ୍ତି(ଆଇଆରଏସ୍‌) ଅତାବିରା, ଭଟଲି, ବ୍ରଜରାଜନଗର ଏବଂ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି। ନିର୍ବାଚନ ସମ୍ପର୍କିତ ଅଭିଯୋଗ ପାଇଁ
ସମସ୍ତ ପର୍ଯ୍ୟବେକ୍ଷକଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି। ଶନିବାର ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ସହିତ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ସହିତ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od