Wednesday, February 19, 2025
Wednesday, February 19, 2025
Home Home Left ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

by
0 comment

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ କରି ପ୍ରଚାର ଆରମ୍ଭ କରିଛନ୍ତି ା ପୂର୍ବରୁ ସେ ଜାତି ସମାଜ କର୍ମକର୍ତ୍ତାଙ୍କୁ ନେଇ ସଭାସମିତି କରି ଆସୁଥିଲେ। ସଭା ସମିତିରେ ମାଝିଙ୍କୁ ୧୧ ଆଦିବାସୀ ସମ୍ପ୍ରଦାୟ, ଦଳିତ, ସାହୁ ସମାଜ, ଗରିବସେନା ସଂଗଠନ ସମର୍ଥନ ଜଣାଇ ସହଯୋଗ କରୁଛନ୍ତି।

ମଙ୍ଗଳବାର ପ୍ରଥମ କରି ମାଝି ନିଜ ଫୁଟ୍‌ବଲ ଖେଳାଳି ଛାପ ଧରି ପ୍ରଚାର କାର୍ଯ୍ୟରେ ବାହାରିଥିବାରୁ ବହୁ ସମର୍ଥକ ତାଙ୍କ ସହ ସାମିଲ ହୋଇଥିଲେ। ସେମାନେ କଣାଭୈରାଠାରେ ପୂଜାକରି ଟାନୱାଟ, ଲୁକୁପାଲି, ଖୋକସା, ରଥିପାଲି, ଝିଲମିଲା ବୁଲିବା ସହ ପାହାଡ ଉପରେ ଥିବା କେରମେଲି ପଞ୍ଚାୟତ, କାକେରମେଞ୍ଜି, ଗୋଲାବନ୍ଧ ଆଦି ଗାଁରେ ଛତିଶଗଡ଼ୀ ନାଚଗୀତ ମାଧ୍ୟମରେ ପ୍ରଚାର କରିଥିଲେ।

ମାଝିଙ୍କ ସହ ଶବର ସମାଜ ସଭାପତି ସୋମନାଥ ଖମାରୀ, ଗରିବସେନା ଆବାହକ ରବି ମଙ୍ଗରାଜ, ଭକ୍ତରାମ ଶବର, ଭାମସିଂ ମାଝି, ହୋମସିଂ ମାଝି, ଭାନୁ ପ୍ରତାପ ସିଂ ମାଝି, ସରୋଜିନୀ ମାଝି, ସିଦ୍ଧେଶ୍ୱରୀ ଠାକୁର, ଭକ୍ତବନ୍ଧୁ ଧରୁଆ, ହରି ମାଝି, ହୋମଲାଲ ମାଝି, ରମେଶ ସାହୁ, କମଲେଶ ଠାକୁରଙ୍କ ସମେତ ଶତାଧିକ ସମର୍ଥକ ସାମିଲ ଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od