ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ୫୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଘଟଣା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନଙ୍କ ସହିତ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିରଞ୍ଜନଙ୍କୁ ଫୋନ କରି ଚୋରି ସମ୍ପର୍କରେ ପଚାରି ବୁଝିଛନ୍ତି। ସେହିପରି ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି ଭୁବନେଶ୍ଵର ଡିସିପି ପିନାକ ମିଶ୍ର କହିଛନ୍ତି।
ତେବେ ରାଜଧାନୀର ସୁରକ୍ଷିତ ଅଞ୍ଚଳ କୁହାଯାଉଥିବା ଭିଆଇପି କଲୋନୀରୁ ଚୋରି ହେବା ଘଟଣା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରାଧୀଙ୍କ ପ୍ରତି ପୁଲିସ କୋହଳ ମନୋଭାବ ପୋଷଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।