Wednesday, February 19, 2025
Wednesday, February 19, 2025
Home Latest ନିଟ୍-ୟୁଜି ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ

ନିଟ୍-ୟୁଜି ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ

by
0 comment

ନିଟ୍-ୟୁଜି ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଏଫ୍ଆଇଆରର ତଦନ୍ତ ନେଇ ବୁଧବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଏହି ମାମଲାର ପୁନର୍ବାର ଶୁଣାଣି ହେବ। ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସୁପ୍ରିମକୋର୍ଟ ଏନଟିଏ ଓ କେନ୍ଦ୍ରକୁ କହିଛନ୍ତି। ଏହି ସବୁ ପ୍ରଶ୍ନର ଉତ୍ତର ଆଧାରରେ ପୁଣି ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସୁପ୍ରିମକୋର୍ଟରେ ନିଟ୍-ୟୁଜି ପରୀକ୍ଷା ବାତିଲ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ଅନେକ ପ୍ରଶ୍ନ ଉଠିଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ ଯେ ଇଲେକ୍ଟ୍ରୋନିକ ମାଧ୍ୟମରେ ଲିକ୍ ହୋଇଛି କି? ପେପର ଲିକ୍ କେମିତି ହେଲା ତାହା ମଧ୍ୟ ଦେଖିବାକୁ ବାକି ରହିଲା। କେବେ ଲକରରୁ କାଗଜପତ୍ର ବାହାର କରାଗଲା? ପରୀକ୍ଷା କେତେ ବେଳେ ହୋଇଥିଲା? ଯଦି ପରୀକ୍ଷାର ସ୍ବଚ୍ଛତା ପ୍ରଭାବିତ ହୋଇଥାଏ, ତେବେ ପୁନର୍ବାର ପରୀକ୍ଷା ଆଦେଶ ଦିଆଯାଇପାରିବ।

ଶୁଣାଣି ବେଳେ ପ୍ରଧାନ ବିଚାରପତି ପଚାରିଥିଲେ ଯେ ଏହି ମାମଲାରେ କେତୋଟି ଏଫଆଇଆର ପଞ୍ଜୀକୃତ ହୋଇଛି? ଏନଟିଏ ତରଫରୁ କୁହାଯାଇଛି ଯେ ପାଟନାରେ ଏକ ଘଟଣା ଘଟିଛି । ବାକି ଆବେଦନକାରୀମାନେ ୬ଟି ଏଫଆଇଆର ବିଷୟରେ ଉଲ୍ଲେଖ କରୁଛନ୍ତି। ଅଦାଲତ ଚାହିଁଲେ ଆସନ୍ତାକାଲି ଦିଆଯାଇପାରିବ । ଏହା ପରେ ପ୍ରଧାନ ବିଚାରପତି ପଚାରିଥିଲେ ଯେ ପ୍ରଶ୍ନପତ୍ର ଲିକ୍ କରିବାର ପଦ୍ଧତି କ’ଣ? ଏହା କେତେ ଦୂର ବ୍ୟାପିଛି, କାରଣ ଆମେ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା କହୁଛୁ। ଗୋଟିଏ କଥା ସ୍ପଷ୍ଟ ଯେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା।

ଶୁଣାଣିବେଳେ ସଲିସିଟର ଜେନେରାଲ କହିଥିଲେ ଯେ ଏଭଳି ମାମଲା କେବଳ ଗୋଟିଏ ସ୍ଥାନରେ ସାମ୍ନାକୁ ଆସିଥିଲା, ସେହି ମାମଲାରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଯେଉଁମାନେ ଫାଇଦା ପାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି। ସଲିସିଟର ଜେନେରାଲଙ୍କ ଯୁକ୍ତି ପରେ ସ୍ପଷ୍ଟ ହୋଇଥିଲା ଯେ ସରକାର ପ୍ରଥମ ଥର ପାଇଁ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା କୋର୍ଟରେ ସ୍ୱୀକାର କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od