Sunday, February 23, 2025
Home Latest ନିଜ କଲା କର୍ମର ଫଳ ଭୋଗୁଛି ପାକିସ୍ତାନ: ଅଗଷ୍ଟରେ ଦେଶରେ ୫୯ ଆତଙ୍କବାଦୀ ଆକ୍ରମଣ

ନିଜ କଲା କର୍ମର ଫଳ ଭୋଗୁଛି ପାକିସ୍ତାନ: ଅଗଷ୍ଟରେ ଦେଶରେ ୫୯ ଆତଙ୍କବାଦୀ ଆକ୍ରମଣ

by
0 comment

ଇସଲାମାବାଦ: ପାକିସ୍ତାନ ଏବେ ନିଜ କଲା କର୍ମର ଫଳ ଭୋଗୁଛି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବେ ପାକିସ୍ତାନୀମାନଙ୍କ ଉପରେ ବୁମେରାଂ ପାଲଟିଛି।  ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବର୍ତ୍ତମାନ ପାକିସ୍ତାନରେ ଆକ୍ରମଣ କରୁଛନ୍ତି। ଆତଙ୍କବାଦୀମାନେ ପ୍ରତିଦିନ ଦେଶର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରୁଛନ୍ତି।  ଅଗଷ୍ଟ ମାସରେ ଆତଙ୍କବାଦୀମାନେ ପାକିସ୍ତାନ ଉପରେ ୫୦ରୁ ଅଧିକ ଆକ୍ରମଣ କରିଛନ୍ତି।

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ କ୍ରମାଗତ ବୃଦ୍ଧି ଘଟୁଛି। ଅଗଷ୍ଟ ୨୦୨୪ରେ ସମୁଦାୟ ୫୯ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ୮୪ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ପୂର୍ବ ମାସରେ ଅର୍ଥାତ୍ ଜୁଲାଇ ମାସରେ ଏପରି  ୩୮ଆକ୍ରମଣ ହୋଇଥିଲା।  ମଙ୍ଗଳବାର ଏକ ଖବରରେ ଏହି ସୂଚନା ଦିଆଯାଇଛି।

ଇସଲାମାବାଦ ସ୍ଥିତ ଥିଙ୍କ ଟ୍ୟାଙ୍କ ‘ପାକ୍ ଇନଷ୍ଟିଚ୍ୟୁଟ୍ ଫର୍ ପିସ୍  ଷ୍ଟଡିଜ୍’ (ପିଆଇପିଏଏସ୍)ର ତଥ୍ୟ ଅନୁଯାୟୀ ଅଗଷ୍ଟରେ ୫୯ ଟି ଆକ୍ରମଣ ହୋଇଥିବା ବେଳେ ୨୦୨୪ମସିହାରେ ଇତିମଧ୍ୟରେ ଦେଶରେ ମୋଟ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ୩୨୫ କୁ ବୃଦ୍ଧି ପାଇଛି।

ଖବରକାଗଜ ‘ଦି ଡନ୍’ ରେ ପ୍ରଦାନ କରାଯାଇଥିବା ପିଆଇପିଏଏସ୍ ତଥ୍ୟ ଅନୁଯାୟୀ, ଖାଇବର ପାସ୍ତୁନଖ୍ବାଠାରେ ସର୍ବାଧିକ ୨୯ ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲ। ଏହା ପଛକୁ ତାଲିକାରେ ବାଲୁଚିସ୍ତାନ ରହିଛି।

ସେଠାରେ   ୨୮ ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ପଞ୍ଜାବରେ ୨ ଥର ଆକ୍ରମଣ ହୋଇଥିଲା। ଏସବୁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୮୪ଜଣ ପ୍ରାଣ ହରାଇଥିଲେ ଏବଂ ୧୬୬ ଜଣ ଆହତ ହୋଇଥିଲେ। 

ପିଆଇପିଏଏସ୍ ତଥ୍ୟ ଦର୍ଶାଉଛି ଯେ ୨୦୦୬ପରଠାରୁ ଦେଶରେ ୧୭,୮୪୬ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯେଉଁଥିରେ ୨୪,୩୭୩  ଲୋକ ପ୍ରାଣ ହରାଇଥିବା ବେଳେ ୪୮,୦୮୫ ଜଣ ଆହତ ହୋଇଛନ୍ତି। ଏହି ସମୟରେ, ସୁରକ୍ଷା ବାହିନୀ ଏବଂ ପୋଲିସର ଆତଙ୍କବାଦ ବିରୋଧୀ ବିଭାଗ (ସିଟିଡି) ଅଗଷ୍ଟ ୨୦୨୪ରେ ଦେଶରେ ୧୨ ଟି ଆତଙ୍କବାଦ ବିରୋଧୀ ଅପରେସନ୍ କରିଥିଲା।  ସେହିପରି  ଜୁଲାଇରେ  ୧୧ଟି ଅପରେସନ୍ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଆରବ ସାଗରରେ ଜରୁରୀକାଳୀନ ଅବତରଣ କଲା ଏଏଲ୍‌ଏଚ୍‌; ୩ ଜଣ ତଟରକ୍ଷୀ ବାହିନୀ ସଦସ୍ୟ ନିଖୋଜ

ଏହି ଅପରେସନରେ ୮୮ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୧୫ ସେନା କର୍ମଚାରୀ ତଥା ୩  ଜଣ ପୁଲିସ୍ ସହିଦ ହୋଇଥିଲେ। ଏହି ୧୨ ଟି ଅପରେସନ୍ ମଧ୍ୟରୁ ୮ଟି ଖାଇବର ପାସ୍ତୁନଖ୍ବା ଏବଂ ଅନ୍ୟ ୪ଟି ବାଲୁଚିସ୍ତାନରେ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଗୋ ଚାଲାଣକାରୀ ଭାବି ୧୯ବର୍ଷୀୟ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od