ସମାଜ ଡିଜିଟାଲ ଡେସ୍କ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟାକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ କୁଟନୈତିକ ସ୍ତରରେ ଯୁଦ୍ଧ ଜାରି ରହିଛି। ହେଲେ ଏହା ମଧ୍ୟରେ କାନାନା ବିରୋଧୀ ଦଳ ନେତା ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ପିପୁଲ୍ସ ପାର୍ଟି ଅଫ କାନାଡ଼ା ବା ବିରୋଧୀ ଦଳ ନେତା ମାକ୍ସାଇମ ବର୍ନିଅର କହିଛନ୍ତି, ନିଜ୍ଜାର କେବଳ ଜଣେ ଖଲିସ୍ତାନୀ ଆତଙ୍କବାଦୀ ନ ଥିଲା, ସେ ଏକ ବିଦେଶୀ ଆତଙ୍କବାଦୀ ଥିଲା, ଯାହାକୁ ୨୦୦୭ରେ କାନାଡ଼ାର ନାଗରିକତା ମିଳିଛି।
ବର୍ନିଅର କହିଛନ୍ତି, ନିଜ୍ଜାର ପ୍ରକୃତରେ ଜଣେ ବିଦେଶୀ ଆତଙ୍କବାଦୀ। ସେ ଏକାଧିକ ଥର ଜାଲ କାଗଜପତ୍ର ଜରିଆରେ ୧୯୯୭ରୁ କାନାଡ଼ାରେ ଆଶ୍ରୟ ନେବାକୁ ଉଦ୍ୟମ କରିଆସୁଥିଲା। ସେ କରିଆସୁଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା। ତା’କୁ କାନାଡ଼ାରେ ରହିବାକୁ କେବେ ବି ଅନୁମତି ମିଳି ନ ଥିଲା। କିନ୍ତୁ ୨୦୦୭ରେ କୌଣସି ପ୍ରକାରେ ସେ ନାଗରିକତା ହାସଲ କରିଥିଲା। ପ୍ରଶାସନିକ ତ୍ରୁଟି ଯୋଗୁ ତା’କୁ ନାଗରିକତା ମିଳିଛି ବୋଲି ବର୍ନିଅର କହିବା ସହିତ ନିଜ୍ଜାର ସମେତ ଅନ୍ୟ ହଜାର ହଜାର ଲୋକଙ୍କୁ ଦେଶରୁ ବିତାଡ଼ିତ କରିବା ଉଚିତ ଥିଲା, ଯେଉଁମାନେ ଜାଲ କାଗଜପତ୍ର ବଳରେ ଏଠାରେ ଆଶ୍ରୟ ନେଇଛନ୍ତି। ନିଜ୍ଜାର କେବେ ଜଣେ କାନାଡ଼ା ନାଗରିକ ନ ଥିଲା ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ପୂର୍ବ ତ୍ରୁଟିକୁ ସୁଧାରିବା ଲାଗି ତା’ର ନାଗରିକତା ପ୍ରତ୍ୟାହାର କରିନେବା ଉଚିତ।
If true, allegations made by the RCMP and the Liberal government that Indian diplomats participated in criminal activities on our territory are very serious and should be dealt with. So far however, we haven’t been given any proof. And Trudeau is clearly using this crisis to… pic.twitter.com/wM2dR8FMHl
— Maxime Bernier (@MaximeBernier) October 17, 2024