Thursday, February 13, 2025
Thursday, February 13, 2025
Home ନିଉଜ ଆଲର୍ଟ ନିଜକୁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ବୋଲି ପରିଚୟ ଦେଲେ ପାକିସ୍ତାନ ଯୁବତୀ, ଭିଡିଓ ଭାଇରାଲ

ନିଜକୁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ବୋଲି ପରିଚୟ ଦେଲେ ପାକିସ୍ତାନ ଯୁବତୀ, ଭିଡିଓ ଭାଇରାଲ

by
0 comment

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ବରେ ତାଙ୍କ ନୀତି ଓ ଆଦର୍ଶକୁ ନେଇ ଚର୍ଚ୍ଚା ଚାଲିଛି । ଏହା ମଧ୍ୟରେ ପାକିସ୍ତାନରୁ ଚକିତ କରିଦେବା ଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭିଡିଓରେ ଜଣେ ପାକିସ୍ତାନୀ ଯୁବତୀ ନିଜକୁ ଟ୍ରମ୍ପଙ୍କ ଝିଅ ବୋଲି ଦାବି କରୁଛନ୍ତି । ଭିଡିଓରେ ସେ ନିଜକୁ ମୁସଲିମ୍ ବୋଲି କହିବା ସହ ଟ୍ରମ୍ପଙ୍କ ନିଜ ଝିଅ ବୋଲି କହୁଛନ୍ତି । ଆଉ ଏଥିରେ କିଛି ସନ୍ଦେହ ନାହିଁ ବୋଲି ମଧ୍ୟ ସେ ଦାବି କରୁଛନ୍ତି ।

Does @realDonaldTrump know he has children in Pakistan who speak Urdu & English in Punjabi? pic.twitter.com/anhRKbiLGo

— Pakistan Untold (@pakistan_untold) November 6, 2024

ଭିଡିଓଟି ବାସ୍ତବରେ ୨୦୧୮ ମସିହାର, ଯାହାକୁ ପାକିସ୍ତାନୀ ଓ୍ବେବସାଇଟ୍ Siasat.pk ପ୍ରଥମ ଥର ପ୍ରକାଶିତ କରିଥିଲା । ସେହି ସମୟରେ ଏହି ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା କିନ୍ତୁ ଏବେ ଟ୍ରମ୍ପଙ୍କ ବିଜୟ ପରେ ପୁଣି ଏହି ଭିଡିଓ ଭାଇରାଲ ହେଉଛି । ଭାରତ ଓ ପାକିସ୍ତାନ ଉଭୟ ଦେଶରେ ଏହି ଭିଡିଓ ଘୁରିବୁଲୁଛି ଏବଂ ସମସ୍ତେ ଏଥିରେ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od