Wednesday, January 15, 2025
Home Home Left ନାବାଳିକାଙ୍କୁ ଗଣବଳାତ୍କାର :ଦୁଇ ଯୁବକଙ୍କୁ ଆଜୀବନ କାରାଦଣ୍ଡ, ପୀଡ଼ିତାଙ୍କୁ ୧୫ଲକ୍ଷ ସହାୟତା ନିର୍ଦ୍ଦେଶ

ନାବାଳିକାଙ୍କୁ ଗଣବଳାତ୍କାର :ଦୁଇ ଯୁବକଙ୍କୁ ଆଜୀବନ କାରାଦଣ୍ଡ, ପୀଡ଼ିତାଙ୍କୁ ୧୫ଲକ୍ଷ ସହାୟତା ନିର୍ଦ୍ଦେଶ

by
0 comment

ବ୍ରହ୍ମପୁର,୧୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ନାବାଳିକା ଗଣବଳାତ୍କାର ମାମଲାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ଗୋଳନ୍ଥରା ଥାନା ଅଞ୍ଚଳର ଋତୁରାଜ ବେହେରା (୩୩) ଓ ହେମନ୍ତ ବେହେରା (୩୧)। କାରାଦଣ୍ଡ ଭୋଗିବା ସହ ଉଭୟେ ୩୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ଲେଖାଏ ସଶ୍ରମ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ପୀଡ଼ିତାଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୧ ଜାନୁଆରୀ ୨୮ ତାରିଖ ସକାଳେ ମା’ ଓ ବାପା ହସ୍ପିଟାଲକୁ ଯାଇଥିବା ବେଳେ ୯ ବର୍ଷୀୟା ନାବାଳିକା ଜଣଙ୍କ ସାହିରେ ନିଜ ଭାଇଙ୍କ ସହ ଖେଳୁଥିଲେ। ଏହାର ସୁଯୋଗ ନେଇ ଗ୍ରାମର ଋତୁରାଜ ଓ ହେମନ୍ତ ନାବାଳିକାଙ୍କୁ ଚକୋଲେଟ ଦେବାକୁ କହି ଏକ ଘର ଭିତରକୁ ଡାକି ନେଇ ଗଣବଳତ୍କାର କରିଥିଲେ। ଭଉଣୀର କାନ୍ଦ ଶୁଣି ବାହାରେ ଛିଡା ହୋଇଥିବା ଭାଇ ଚିତ୍କାର କରିଥିଲେ। ଗାଁ ଲୋକ ସେଠାରେ ରୁଣ୍ଡ ହେବା ଦେଖି ଯୁବକଦ୍ୱୟ ନାବାଳିକାଙ୍କ ଗଳା କାଟିବା ସହ ତାଙ୍କ ମୁଣ୍ଡ ଉପରେ ପଥର ଛେଚି ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ସ୍ଥାନୀୟ ଲୋକ ସେମାନଙ୍କୁ କାବୁ କରି ନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ଅଚେତ ଅବସ୍ଥାରେ ଥିବା ନାବାଳିକାଙ୍କୁ ଗ୍ରାମର ଜଣେ ବ୍ୟକ୍ତି ଅଟୋରେ ଏମ୍‌କେସିଜି ମେଡିକାଲକୁ ପଠାଇଥିଲେ। ପୀଡ଼ିତାଙ୍କ ପରିବାର ଲୋକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨୭/୨୧ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଋତୁରାଜ ଓ ହେମନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପଟେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେ ଏବେ ଦୃଷ୍ଟିଶକ୍ତି ଓ ଶ୍ରବଣଶକ୍ତି ହରାଇଛନ୍ତି। ମାମଲାର ବିଚାର ବେଳେ ୨୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟକୁ ଭିତ୍ତିକରି ଜଜ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

ଜିଲା ପାଇଁ ଗୌରବ ଆଣିଲେ ଛାତ୍ର ପ୍ରୟାଗରାଜ

କୋକସରା,୧୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଟାଟା ଷ୍ଟିଲ (ୟାଟ୍ସ) ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ଭାଗ ନେଇଥିବା ୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ…

ଇସ୍ରୋ ଯିବେ ବିକାଶ ଛାତ୍ର ପ୍ରଜ୍ଞାନ କର

ବରଗଡ଼,୧୩।୧୨(ପ୍ରେମାନନ୍ଦ ଖମାରୀ): ସାରା ଓଡ଼ିଶାରୁ ୮୦ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରଜ୍ଞାନ କର ଯୁବ ଜ୍ୟୋତିର୍ବିଜ୍ଞାନୀ ଭାବେ…

ଚକ୍‌ ଫାଟି ଟ୍ରକ୍‌ରେ ଲାଗିଲା ନିଆଁ

କୋକସରା,୧୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଷ୍ଟେଟବ୍ୟାଙ୍କ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମାଲବୋଝେଇ ଟ୍ରକ୍‌ର…

ଗଣବଳାତ୍କାର ମାମଲା, ୨ ଅଭିଯୁକ୍ତଙ୍କୁ ଆଜୀବନ

ବ୍ରହ୍ମପୁର,୧୩ା୧୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକସୋ ଜଜ ପ୍ରଣତି ପଟ୍ଟନାୟକ ୨୦୨୧ରେ ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ନାବାଳିକା ଗଣବଳାତ୍କାର ମାମମଲାର ଚୁଡାନ୍ତ…

ବିଡିଓଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ….

କୋକସରା,୧୩।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡିଓ ଡ଼. ହିମାଞ୍ଚଳ ମାଝୀଙ୍କୁ ଶୁକ୍ରବାର କୋକସରା…

୧୪ ବଦଳରେ ୧୬ରେ ହେବ ବିଦ୍ୟୁତ୍‌ କାଟ୍‌

ବରଗଡ଼,୧୩।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ(ଓପିଟିସିଏଲ୍‌) ପକ୍ଷରୁ ଆସନ୍ତା ୧୪ ତାରିଖରେ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ ସବ୍‌ଷ୍ଟେଶନର ବାର୍ଷିକ ରକ୍ଷଣାବେକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od