![](https://www.dharitri.com/wp-content/uploads/2024/11/73.jpg)
ଆଗ୍ରା,୩ା୧୧: ଉତ୍ତରପ୍ରଦେଶ ହାଥ୍ରାସ୍ ଅଞ୍ଚଳର ଜଣେ ୧୪ ବର୍ଷୀୟ ବାଳକଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇ ବ୍ୟାଟେରି, ଚେନ୍, ରେଜର ବ୍ଲେଡ ଫ୍ରାଗମେଣ୍ଟ, ସ୍କ୍ରୁ ସମେତ ୬୫ଟି ବସ୍ତୁ ମିଳିଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଦୀର୍ଘ ୫ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା। ଏହାର କିଛି ଘଣ୍ଟା ପରେ ନାବାଳକଙ୍କ ମୃତ୍ୟୁ ଘଟିଛି।
ଆଦିତ୍ୟ ଶର୍ମା ନାମକ ଉକ୍ତ ନାବାଳକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଆଗ୍ରାର ଏକ ହସ୍ପିଟାଲକୁ ଅଣାଯାଇଥିଲା। ପରେ ସଫଦରଜଙ୍ଗ ହସ୍ପିଟାଲ ନିଆଯିବାରୁ ଆଦିତ୍ୟଙ୍କ ପେଟରେ ବିଭିନ୍ନ ଉପକରଣ ରହିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଅନ୍ତନଳୀରେ ସଂକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଡାକ୍ତର କହିଛନ୍ତି।