ରାୟଗଡ଼଼ା : ମହାଶିବରାତ୍ରି ପୂର୍ବରୁ ନାଗାବଳୀ ନଦୀରେ ଶିବ ଲିଙ୍ଗ। ରାୟଗଡ଼଼ା ଜିଲା କୋଲନରା ବ୍ଲକର ପାଇକପଡ଼ା ତଥା ମୁକୁନ୍ଦପୁର ଶାସନ ନିକଟସ୍ଥ ନାଗାବଳୀ ନଦୀରେ ଆଜି ଏକ ଶିବ ଲିଙ୍ଗ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ପ୍ରଥମେ କିଛି ଗାଈ ଚରାଳି ପିଲା ଏହାକୁ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ତାପରେ ଧିରେ ଧିରେ ଲୋକେ ଏହାକୁ ଦେଖିବାକୁ ସେଠାରେ ଭିଡ ଜମାଉଥିବାର ଖବର ମିଳିଛି। ଏହି ଶିବ ଲିଙ୍ଗ ନଦୀକୁ କିପରି ଆସିଲା ସେ ନେଇ କେହି କିଛି କହିପାରୁନାହାଁନ୍ତି। ଶିବ ଲିଙ୍ଗକୁ ଛୁଇଁବାକୁ ମଧ୍ୟ ଗ୍ରାମବାସୀ ଭୟ କରୁଛନ୍ତି। ନିକଟରେ ପାଇକପଡ଼ା ମନ୍ଦିରରୁ ଚୋରି ହୋଇଥିଲା। ସେହି ସମୟରେ ଦୁର୍ବୃତମାନେ ଶିବ ଲିଙ୍ଗକୁ ନେଇ ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ନଦୀର ପାଣି କମିବା ପରେ ଏବେ ଶିବ ଲିଙ୍ଗ ଦେଖାଯାଉଛି। ତେବେ ଏ ନେଇ ପୁଲିସ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ନିକଟରେ କୌଣସି ଖବର ନାହିଁ।
ନାଗାବଳୀ ନଦୀରେ ଶିବ ଲିଙ୍ଗ
1