Thursday, January 9, 2025
Thursday, January 9, 2025
Home Latest ନଭେମ୍ବର ୧୬ରୁ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ କମିବ: ଶୀତ ବଢ଼ିବ

ନଭେମ୍ବର ୧୬ରୁ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ କମିବ: ଶୀତ ବଢ଼ିବ

by
0 comment

ଭୁବନେଶ୍ୱର: ନଭେମ୍ବର ୧୬ରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ହାଲକା ବର୍ଷା ହୋଇପାରେ। ବୁଧବାର ରାତିରେ ରାଜ୍ୟର ଜି ଉଦୟଗିରିରେ  ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି।

Realized weather during past 24 hours over the districts of Odisha.#odisha #odishaweather #Weather pic.twitter.com/o4pcnIpU7p

— Meteorological Centre, Bhubaneswar (@mcbbsr) November 14, 2024

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଉତ୍ତରା ପବନ ପ୍ରବାହିତ ହେଉ ନ ଥିବାରୁ ଶୀତ ଲହର ରାଜ୍ୟରେ ସ୍ଥିର ହୋଇନାହିଁ।  ଯଦିଓ ଶୀତଦିନ ଆରମ୍ଭ ହୋଇସାରିଛି, କିନ୍ତୁ ରାଜ୍ୟରେ ଶୀତ ଲହର ଏପର୍ଯ୍ୟନ୍ତ ବଢ଼ି ନାହିଁ।

ଅଧିକ ପଢ଼ନ୍ତୁ: ସୁନା ଚେନ ଲୁଟେରା ଆକ୍ରମଣ କରିଥିବା ମହିଳାଙ୍କ ଆଇସିୟୁରେ ମୃତ୍ୟୁ, ହତ୍ୟା ମାମଲା ରୁଜୁ

ସୂଚନାଯୋଗ୍ୟ, ଲଘୁଚାପ ବର୍ଷା ପରେ କନ୍ଧମାଳକୁ ଶୀତ ଫେରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଶୀତ ଲହର ଆରମ୍ଭ ହୋଇଛି। ବାଲିଗୁଡ଼ା ସମେତ ଦାରିଙ୍ଗିବାଡି, କେ.ନୂଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ଶୀତ ବଢ଼ିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ତଳେ ରହିଛି। ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ପୂର୍ବାହ୍ନ ପ୍ରାୟ ୯ଟା ଯାଏଁ ଘନ କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ଘୋଡ଼େଇ ହୋଇ ରହୁଛି। ଆଗାମୀ ଦିନରେ ଏଭଳି ସ୍ଥିତି ଅଧିକ ବଢ଼ିବ।

ତାପମାତ୍ରା ପୂର୍ବାନୁମାନ | #Odisha #Weather #OdishaWeather #WeatherForecast pic.twitter.com/rhAMFN8kZT

— Meteorological Centre, Bhubaneswar (@mcbbsr) November 13, 2024

ଅଧିକ ପଢ଼ନ୍ତୁ: ରାତ୍ରୀ ଜଗୁଆଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od