Saturday, February 22, 2025
Home odisha ନକଲି ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ- ଜଷ୍ଟିସ୍‍ ବିଶ୍ୱନାଥ ରଥ

ନକଲି ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ- ଜଷ୍ଟିସ୍‍ ବିଶ୍ୱନାଥ ରଥ

by
0 comment

ପୁରୀ: ରତ୍ନଭଣ୍ଡାର କେବେ ଖୋଲିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏନେଇ ଆଜି ବସିଥିବା ବୈଠକରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ନଥିପତ୍ର ଯାଞ୍ଚ କରାଯାଇଛି । ବୈଠକ ପରେ ପ୍ରତିକ୍ରିୟା ରଖି ଜଷ୍ଟିସ୍‍ ବିଶ୍ୱନାଥ ରଥ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ରତ୍ନଭଣ୍ଡାରର ନକଲି ଚବେି ଅଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ଚାବି ଅଣାଯାଇ ଖୋଲାଯିବାକୁ ନିଷ୍ପତି ହୋଇଛି । ହେଲେ ଚାବି ବହୁ ପୁରୁଣା ହୋଇଥିବାରୁ ସେଥିରେ କାଳେ ନଖୋଲିବ ତେବେ ତାଲା ଭଙ୍ଗାଯିବ । ଏନେଇ ସରକାରଙ୍କ ଅବଗତ କରାଯିବା ପରେ ଯାହା ଏସଓପି ଜାରି ହେବ ସେନେଇ ନିଷ୍ପତି କାର୍ଯ୍ୟକାରୀ ହେବ । ଯଦି ନକଲି ଚାବିରେ ତାଲା ଖୋଲିଯାଏ ତେବେ ପ୍ରଥମ କାମ ହେବ ରତ୍ନଭଣ୍ଡାର ମରାମତି । ସେଠାରେ ଥିବା ମୂଲ୍ୟବାନ ଅଳଙ୍କାର ଗଣତି ମଣତି କରାଯିବ । ମରାମତି ପାଇଁ ଆବଶ୍ୟକ ପଡିଲେ ସୁନା ଅଳଙ୍କାରକୁ କିଭଳି ସୁରକ୍ଷିତ ସ୍ଥାନରେ ରଖାଯିବ ତାହା ବେଶ ଗୁରୁତ୍ୱପୂର୍ଣ୍ଣ । ଆସନ୍ତ ୯ ତାରିଖରେ ପୁଣି ବସିବ ପରବର୍ତ୍ତୀ ବୈଠକ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od