Wednesday, February 19, 2025
Wednesday, February 19, 2025
Home Latest ଦ୍ରୁତ ଗତି ନେଲା ରେସର ତଥା ୟୁଟ୍ୟୁବରଙ୍କ ଜୀବନ

ଦ୍ରୁତ ଗତି ନେଲା ରେସର ତଥା ୟୁଟ୍ୟୁବରଙ୍କ ଜୀବନ

by
0 comment

ନୂଆଦିଲ୍ଲୀ: ଦ୍ରୁତ ଗତି ନେଲା ରେସର ତଥା ୟୁଟ୍ୟୁବରଙ୍କ ଜୀବନ। ବିଏମଡବ୍ଲୁ କାରର ସର୍ଭିସିଂ କରାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ୨୫ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ୟୁଟ୍ୟୁବର ଆଣ୍ଡ୍ରେ ବିଡଲେ। ନ୍ୟୁୟର୍କର କୁଇନ୍ସରେ ଥିବା ନସାଉ ଏକ୍ସପ୍ରେସୱେରେ ବୁଧବାର ଏହି ଦୁର୍ଘଟଣା ଘଟିଛି। ଆଣ୍ଡ୍ରେ କାର୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ସୂଚନା ମୁତାବକ, ଆଣ୍ଡ୍ରେ ବିଡଲେଙ୍କର ୟୁଟ୍ୟୁବରେ ୫୯,୫୦୦ ସବସ୍କ୍ରାଇବାର ଏବଂ ଇନଷ୍ଟାଗ୍ରାମରେ ପ୍ରାୟ ୨୫୦,୦୦୦ ଫଲୋୟର୍ସ ଥିଲେ। ସେ ନିଜ ୟୁଟ୍ୟୁବ ଭିଡିଓରେ କାର୍ ରେସିଂ ଦେଖାଉଥିଲେ। କୁହାଯାଉଛି ଯେ, ସେ ନିଜର ଆଗାମୀ ଭିଡିଓରେ ରେସିଂ କରିବା ପାଇଁ ବିଏମଡବ୍ଲୁର ସର୍ଭିସିଂ କରିବାକୁ ନେଇଥିଲେ। ହେଲେ ଫେରିବା ବାଟରେ ଏଭଳି କିଛି ହେବ ବୋଲି କାହାକୁ ଜଣାନଥିଲା। ରେସିଂ କରୁଥିବା ଆଣ୍ଡ୍ରେଙ୍କର ଏଭଳି ମୃତ୍ୟୁ ହେବ ବୋଲି କେହି ଭାବିନଥିଲେ। କୁହାଯାଉଛି ଯେ, ରାତି ୧ଟାରେ ଦୁର୍ଘଟଣା ଘଟିଥିବା ବେଳେ ତାଙ୍କୁ ଜମାଇକା ହସ୍ପିଟାଲ ମେଡିକାଲ ସେଣ୍ଟର ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od