Wednesday, February 19, 2025
Home ଦେଶ- ବିଦେଶ ଦେଖନ୍ତୁ ଭିଡିଓ: ବିଏମଡବ୍ଲ୍ୟୁରେ ଆସି ଫୁଲକୁଣ୍ଡ ଚୋରି କଲେ ମହିଳା

ଦେଖନ୍ତୁ ଭିଡିଓ: ବିଏମଡବ୍ଲ୍ୟୁରେ ଆସି ଫୁଲକୁଣ୍ଡ ଚୋରି କଲେ ମହିଳା

by
0 comment

ସମାଜ ଡିଜିଟାଲ ଡେସ୍କ: ଚଢୁଛନ୍ତି ବିଏମଡବ୍ଲ୍ୟୁ ଭଳି ବିଳାସପୂର୍ଣ୍ଣ କାର। ହେଲେ ନିଶା ହେଉଛି ଚୋରି କରିବା। ତାହା ପୁଣି ଫୁଲକୁଣ୍ଡ। କଥାଟି ଅଡୁଆ ଲାଗୁଥିଲେ ବି ଏଭଳି ଜଣେ ମହିଳାଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଘଟଣାଟି ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳର।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ରାତି ସମୟରେ ବିଏମଡବ୍ଲ୍ୟୁ କାରରେ ଆସୁଛନ୍ତି ଏବଂ ଏକ ଦୋକାନ ଆଗରେ ଗାଡ଼ି ରଖି ସେଥିରୁ ବାହାରୁଛନ୍ତି। ଚାରି ଆଡକୁ ଚାହିଁ ଦୋକାନ ପାଖକୁ ଆସୁଛନ୍ତି। ବାହାରେ ରଖାଯାଇଥିବା ଫୁଲକୁଣ୍ଡକୁ ହାତରେ ଧରି କାରରେ ରଖୁଛନ୍ତି। ଏହି ସମୟରେ ମହିଳାଙ୍କୁ ଦେଖୁଥିବା କିଛି ଲୋକ ତାଙ୍କ ନିକଟକୁ ଆସୁଛନ୍ତି। ସେମାନେ ମହିଳା ଜଣଙ୍କୁ ଏ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ ବି ଆଶ୍ଚର୍ଯ୍ୟଜନକ ଉତ୍ତର ଦେଉଛନ୍ତି। ମହିଳା ଜଣକ କହୁଛନ୍ତି, ମୁଁ ପ୍ରତିଦିନ ଏଠାକୁ ଆସି ଗୋଟିଏ ଗୋଟିଏ ଫୁଲ କୁଣ୍ଡ ନେଇକି ଯିବି। ଏହା ଶୁଣି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି। ଜଣାପଡ଼ିଛି ଯେ ମହିଳା ଜଣକ ସେଠାରୁ ଆଗରୁ ବି ଫୁଲକୁଣ୍ଡ ଚୋରି କରିନେଇଛନ୍ତି। ମହିଳାଙ୍କ ଏହି କାରନାମାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

A lady got out of a BMW car at 12 in the night. She picked up a flower pot kept on the roadside and took it away, Noida UP
pic.twitter.com/51V4xSmNsq

— Ghar Ke Kalesh (@gharkekalesh) October 27, 2024

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od