Wednesday, January 15, 2025
Home saas damaad news mother in law prepares 100 dishes to welcome son in law andhra pradesh odia news ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ

ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ

by
0 comment

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ଆପଣ ଦେଖିଥିବେ ଓ ଶୁଣିଥିବେ ଶ୍ୱଶୁର ଘରେ ଜ୍ୱାଇଁଙ୍କ ସ୍ୱାଗତ ସ୍ୱତନ୍ତ୍ର ଭାବେ କରାଯାଏ । ଦେଶର ଅନେକ ସ୍ଥାନରେ ଏହି ପରମ୍ପରା ଅନେକ ସମୟରୁ ଚାଲୁ ଆସୁଛି । ଜ୍ୱାଇଁଙ୍କ ସ୍ୱାଗତ ପାଇଁ ଶ୍ୱଶୁର ଘର ଲୋକେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଥାଆନ୍ତି । ଆନ୍ଧ୍ର ପ୍ରଦେଶର କାକିନାଡା ଜିଲାରେ ଜ୍ୱାଇଁଙ୍କ ପ୍ରସ୍ତୁତ ହୋଇଥିବା ରାଜକୀୟ ଖାଦ୍ୟର ଏକ ଝଲକ ଦେଖିବାକୁ ମିଳୁଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ୍‌ କରୁଛି । ଏହି ହୃଦୟସ୍ପର୍ଶୀ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ସ୍ନେହ ଓ ପରମ୍ପରାର ପ୍ରଦର୍ଶନ ସହ ଆନ୍ଧ୍ରପ୍ରଦେଶର କାକିନାଡା ଜିଲାର କିରାଲମ ମଣ୍ଡଳର ତମାରାଡା ଗାଁରେ ଜଣେ ଶାଶୁ ନିଜ ଜ୍ୱାଇଁ ରବିଙ୍କ ପାଇଁ ୧୦୦ ପ୍ରକାର ବ୍ୟଞ୍ଜନ ସହ ଭବ୍ୟ ସ୍ୱାଗତ କରିଛନ୍ତି।

ଜ୍ୱାଇଁଙ୍କ ପାଇଁ ରାଜକୀୟ ଭୋଜନ pic.twitter.com/tVZnRvS4tA

— Samaja Live (@samajalive) August 12, 2024

ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..

ଶାଶୁ ୧୦୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ୱଶୁର ଘରେ ଜ୍ୱାଇଁଙ୍କ ପ୍ରଥମ ଯାତ୍ରାର ସ୍ୱାଗତ କରିଛନ୍ତି । ଏଥିରେ ପାରମ୍ପରିକ ଆନ୍ଧ୍ରର ବ୍ୟଞ୍ଜନ ସହ ଆଧୁନିକ ବ୍ୟଞ୍ଜନ ମଧ୍ୟ ସାମିଲ ରହିଛି । ଏହି ସମସ୍ତ ବ୍ୟଞ୍ଜନକୁ ଘରେ ପ୍ରସ୍ତୁତ କରାଯାଇଛି।
ସେହିପରି କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଥିଲା, ଜଣେ ପରିବାର ନିଜ ଜ୍ୱାଇଁଙ୍କ ସ୍ୱାଗତ ପାଇଁ ୪ ଦିନ ପରିଶ୍ରମ କରି ପ୍ରାୟ ୧୭୩ ବ୍ୟଞ୍ଜନ ପରଷି ଥିଲେ । ଅନ୍ୟ ଏକ ପରିବାର ଜ୍ୱାଇଁଙ୍କ ସ୍ୱାଗତ ପାଇଁ ୩୭୯ ବ୍ୟଞ୍ଜନ ସଜାଇ ଥିଲେ । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ନରସାପୁରମର ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଏଠାରେ ନିଜ ଝିଅ ଓ ଜ୍ୱାଇଁ ପାଇଁ ପରିବାର ପକ୍ଷରୁ ୩୭୯ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ୧୦ ଦିନ ପରିଶ୍ରମ କରିବା ପରେ ଜ୍ୱାଇଁଙ୍କ ପାଇଁ ଖାଦ୍ୟ ପରଷା ଯାଇଥିଲା । ମକର ସଂକ୍ରାନ୍ତି ଦିନ ଏହି ଭବ୍ୟ ସ୍ୱାଗତ କରାଯାଇଥିଲା।

ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍‌ ନା ଆଉ କିଛି..

ମିଳିଥିବା ସୂଚନାନୁଯାୟୀ, ବ୍ୟଞ୍ଜନରେ ୪୦ ପ୍ରକାରର ଭାତ, ୪୦ ତରକାରୀ,୨୦ ପ୍ରକାରର ରୁଟି,୧୦୦ ପ୍ରକାରର ମିଠା ଓ ୭୦ ପ୍ରକାର ପାନୀୟ ସାମିଲ ଥିଲା ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od