ବାର୍ବୋଡାସ୍: ଟି-୨୦ ବିଶ୍ବକପ ଜିତିଲା ଭାରତ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ରନରେ ପରାସ୍ତ କରିଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚମ୍ପିଆନ ହୋଇଛି। ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚମ୍ପିଆନ ହୋଇଥିଲା ।
ଭାରତ ଟି-୨୦ ବିଶ୍ବକପ ୨ୟ ଥର ନିଜର କରିଛି। ଧୋନୀଙ୍କ ପରେ ରୋହିତ ଶର୍ମା ଅଧିନାୟକ ଥିବା ସମୟରେ ଭାରତ ଟି-୨୦ ବିଶ୍ବକପକୁ ନିଜ ନାମରେ କରିଛି। ମ୍ୟାଚ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଖୁବ୍ ଭାବବିହ୍ୱଳ ହୋଇଯାଇଥିଲେ। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଆଇସିସି ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ରୋହିତ ଶର୍ମା ବିଜୟ ହାସଲ କରିବା ପରେ ପିଚ୍ କୁ ପ୍ରଣାମ କରି ପିଚ୍ ର ମାଟିକୁ ପାଟିରେ ଲଗାଇ ନିଜର ଭାବନା ବ୍ୟକ୍ତ କରିଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତଙ୍କ ଏଭଳି ଭାବନା କ୍ରିକେଟ୍ ପ୍ରେମୀଙ୍କ ମନକୁ ଛୁଇଁଛି। ଏହାକୁ ସଭିଏଁ ଖୁବ୍ ପ୍ରଶଂସା କରିବା ସହ ହୃଦୟକୁ ଜିତିଛି। ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚାମ୍ପିଅନ ହୋଇଥିଲା।
ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍ର ବ୍ରିଜ୍ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଜୟୀ ପାଇଁ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଥିଲେ।