Friday, January 10, 2025
Friday, January 10, 2025
Home ଦେଶ- ବିଦେଶ ଦୁଇ ହଜାର ଟଙ୍କିଆ ନୋଟ ଏବେବି ବୈଧ, ଜଲଦି ବଦଳାଇ ଦିଅନ୍ତୁ

ଦୁଇ ହଜାର ଟଙ୍କିଆ ନୋଟ ଏବେବି ବୈଧ, ଜଲଦି ବଦଳାଇ ଦିଅନ୍ତୁ

by
0 comment

ଡେସ୍କ: ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୩୦ ସୁଦ୍ଧା ୭ ହଜାର ୯୬୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା। ବ୍ୟାଙ୍କ କହିଛି ଯେ ମେ’ ୨୦୨୩ ସୁଦ୍ଧା ୩ ଲକ୍ଷ ୫୬ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରଚଳନରେ ଥିବା ବେଳେ ସେଥିରୁ ୯୭.୮ ପ୍ରତିଶତ ନୋଟ୍ ଫେରାଇ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ମେ’ ୧୯, ୨୦୨୩ରେ ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା ଏବଂ ୨୦୨୩ ଅକ୍ଟୋବର ୭ ତାରିଖର ସମୟ ସୀମା ମଧ୍ୟରେ ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା କିମ୍ବା ବଦଳାଇବାକୁ ନାଗରିକମାନଙ୍କୁ ଅନୁରୋଧ କରିଥିଲା। ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ସମୟସୀମା ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ବୈଧ ରହିବ ଏବଂ ଆରବିଆଇର ୧୯ଟି ଶାଖାରେ ଏହାକୁ ବଦଳାଇବା କିମ୍ବା ଜମା କରାଯାଇପାରିବ।

ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od