Sunday, February 23, 2025
Home ଆମ ଓଡ଼ିଶା ଦୁଇ ସପ୍ତାହ ତାତିରୁ ନାହିଁ ନିସ୍ତାର, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଦୁଇ ସପ୍ତାହ ତାତିରୁ ନାହିଁ ନିସ୍ତାର, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

by
0 comment

ଭୁବନେଶ୍ବର: ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ତାତି ବୃଦ୍ଧି ସହ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ୨୦ ତାରିଖରୁ ତାତି ବଢ଼ିବ ୨୪ରୁ ୩୦ ତାରିଖ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ସର୍ବାଧିକ ତାପମାତ୍ରା ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଅପରିବର୍ତ୍ତିତ ରହିପାରେ।

ଶୁକ୍ରବାର ରାଜ୍ୟର ଦୁଇଟି ସ୍ଥାନରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ୪୦.୧ଡିଗ୍ରୀ ରେକର୍ଡ ହୋଇଥିବାବେଳେ ନୂଆପଡ଼ାରେ ୪୦ ଡିଗ୍ରୀ ରହିଛି। ଭୁବନେଶ୍ବରରେ ତାତି ବଢ଼ିଛି। ଏଠାରେ ପାରଦ ୩୯.୫ଡିଗ୍ରୀ ଥିବାବେଳେ ତାଳଚେର, ବାଲେଶ୍ବର ଓ ଭଦ୍ରକରେ ୩୯ ଡିଗ୍ରୀ ଲେଖାଏଁ, ବୌଦ୍ଧ ୩୯.୫ ଏବଂ ବାରିପଦା ୩୯.୨ ଡିଗ୍ରୀ ରହିଛି। ସମ୍ବଲପୁର ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ପବନ ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉପକୂଳରେ ଉଷ୍ଣ-ଆର୍ଦ୍ର ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ରାତିରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଏବଂ ଗଜପତି ଜିଲାର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od