Sunday, February 23, 2025
Home Latest ଦଳୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ବିଜେଡିକୁ ନୋଟିସ୍‌

ଦଳୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ବିଜେଡିକୁ ନୋଟିସ୍‌

by
0 comment

ଦଳୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ବିଜେଡିକୁ ନୋଟିସ୍‌

ସମ୍ବିଧାନ ସଦନରୁ ବିଜେଡି କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଲୋକସଭା ସଚିବାଳୟ ନୋଟିସ୍‌ କରିଛି। ଦଳର କାର୍ଯ୍ୟାଳୟ କୋଠରି ନମ୍ବର ୪୫-୧ରେ ରହିଛି। ନିୟମ ଅନୁସାରେ ଅତିକମ୍‌ରେ…

 profile image

Updated

 ଦଳୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ବିଜେଡିକୁ ନୋଟିସ୍‌

ନୂଆଦିଲ୍ଲୀ: ସମ୍ବିଧାନ ସଦନରୁ ବିଜେଡି କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଲୋକସଭା ସଚିବାଳୟ ନୋଟିସ୍‌ କରିଛି। ଦଳର କାର୍ଯ୍ୟାଳୟ କୋଠରି ନମ୍ବର ୪୫-୧ରେ ରହିଛି। ନିୟମ ଅନୁସାରେ ଅତିକମ୍‌ରେ ଆଠଜଣ ସାଂସଦ ବିଶିଷ୍ଟ ଦଳକୁ କୋଠରୀ ଦିଆଯାଏ। ଏହାଠାରୁ କମ୍ ସଦସ୍ୟ ‌ଥିଲେ ବାଚସ୍ପତି ନିଷ୍ପତ୍ତି ନିଅନ୍ତି। ଗତ ନିର୍ବାଚନରେ ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ ଶୂନ ଥିଲା। ଦୁଇ ରାଜ୍ୟସଭା ସାଂସଦ ବିଜେପିରେ ଯୋଗଦେବା ପରେ ବିଜେଡି ସାଂସଦଙ୍କ ସଂଖ୍ୟା ୭ ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେଡିକୁ ୪୫-୨ କୋଠରିକୁ ଯିବାକୁ କୁହାଯାଇଛି। ବର୍ତ୍ତମାନ ଏହି କୋଠରୀରେ ଏଆଇଡିଏମ୍‌କେ କାର୍ଯ୍ୟାଳୟ ରହିଛି। ଜେଡି(ୟୁ)କୁ ବିଜେଡି କାର୍ଯ୍ୟାଳୟ ଦିଆଯାଇଛି।

 profile image

Updated

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od