Monday, February 24, 2025
Home cricket ଦଳର ସମସ୍ତ ୧୧ ଖେଳାଳି କଲେ ବୋଲିଂ, ଉଇକେଟକିପରଙ୍କୁ ବି ମିଳିଲା ଉଇକେଟ; ନିଆରା ବିଶ୍ୱ ରେକର୍ଡ କଲା…

ଦଳର ସମସ୍ତ ୧୧ ଖେଳାଳି କଲେ ବୋଲିଂ, ଉଇକେଟକିପରଙ୍କୁ ବି ମିଳିଲା ଉଇକେଟ; ନିଆରା ବିଶ୍ୱ ରେକର୍ଡ କଲା…

by
0 comment

ନୂଆଦିଲ୍ଲୀ,୨୯।୧୧: ଟି୨୦ କ୍ରିକେଟ ବେଶ ରୋମାଞ୍ଚକର। କାରଣ ଏଥିରେ ବ୍ୟାଟିଂ, ବୋଲିଂ ସହ ଫିଲ୍ଡିରେ ଏକାଧିକ ରେକର୍ଡ ହୁଏ। ହେଲେ ଏବେ ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ବିଶ୍ୱ ରେକର୍ଡ ହୋଇଛି। ମଣିପୁର ବିପକ୍ଷ ମୁକାବିଲାରେ ଦିଲ୍ଲୀର ଟିମ୍‌ ୧୧ଜଣ ଖେଳାଳିଙ୍କୁ ବୋଲିଂ କରାଇ ରେକର୍ଡ ନିଜ ନାମରେ କରିଛି। ଟି୨୦ ଇତିହାସରେ ପ୍ରଥମ ଥର ଲାଗି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାପୂର୍ବରୁ ଟି୨୦ର ଗୋଟିଏ ଇନିଂସରେ ସର୍ବାଧିକ ୯ ବୋଲର୍‌ ବ୍ୟବହାର ହେବାର ରେକର୍ଡ ଥିଲା। ହେଲେ ଏବେ ଦିଲ୍ଲୀ ସମସ୍ତଙ୍କୁ ଚକିତ କରି ବିଶ୍ୱ ରେକର୍ଡ ନିଜ ନାମରେ କରିଛି।

ଏହି ମୁକାବିଲାରେ ମଣିପୁର ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ଚୟନ କରିଥିଲା। ଆରମ୍ଭରୁ ଉଇକେଟ ପଡ଼ିବା ପରେ ଦିଲ୍ଲୀ ଅଧିନାୟକ ଚକିତ କଲା ଭଳି ରଣନୀତି ଆପଣାଇଥିଲେ। ସେ ଦଳର ସବୁ ଖେଳାଳିଙ୍କ ଦ୍ୱାରା ବୋଲିଂ କରାଇଥିଲେ। ଆୟୁଷ ସିଂ, ଅଖିଳ ଚୌଧୁରୀଙ୍କ ବ୍ୟତିତ ହର୍ଷ ତ୍ୟାଗି, ଦିଗ୍‌ବେଶ ରାଠି, ମୟଙ୍କ ରାଓ୍ବତ ବୋଲିଂ କରିଥିଲେ। ଏହାପରେ ଆୟୁଷ ବଢ଼ୋନୀ ଉଇକେଟକିପିଂ ଛାଡ଼ି ବୋଲିଂ କରିବାକୁ ଆସିଥିଲେ। ଏହାଛଡ଼ା ଆର୍ୟନ ରାଣା, ହିମ୍ମତ ସିଂ, ପ୍ରିୟାଂଶ ଆର଼୍ୟା, ୟଶ ଢୁଲ ଏବଂ ଅନୁଜ ରାଓ୍ବତ ବୋଲିଂ କରିଥିଲେ।

ଦିଲ୍ଲୀ ଟିମ୍‌ର ସମସ୍ତ ଖେଳାଳି ବୋଲିଂ କରିବା ସତ୍ତ୍ୱେ ମଣିପୁର କେବଳ ୧୨୦ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଦେବେଶ ରାଠୀ ଭଲ ବୋଲିଂ କରିଥିଲେ। ସେ ୮ ରନ ଦେଇ ୨ ଉଇକେଟ ନେଇଥିଲେ। ଉଇକେଟକିପର ତଥା ଅଧିନାୟକ ଆୟୁଷଙ୍କୁ ୧ ଉଇକେଟ ମିଳିଥିଲା।

ଏହି ମ୍ୟାଚ୍‌ରେ ଦିଲ୍ଲୀ ବିଜେତା ହୋଇଥିଲେ ହେଁ ମଣିପୁର ଟିମ୍‌ କଡ଼ା ଟକ୍କର ଦେଇଥିଲା। ଫଳରେ ଦିଲ୍ଲୀ ମାତ୍ର ୯ ବଲରେ ବିଜେତା ହୋଇଛି। ଦଳ ପକ୍ଷରୁ ୟଶ ଅପରାଜିତ ୫୯ ରନ୍‌ କରିଥିଲେ। ବାକି ଅନ୍ୟ କ୍ରିକେଟର ସଂଘର୍ଷ କରୁଥିବା ନଜର ଆସିଥିଲେ।

DELHI’S FULL SQUAD BOWLS VS MANIPUR

– Delhi made history today by becoming the first-ever team to have all players bowl in a T20 innings against Manipur in the Syed Mushtaq Ali Trophy. This remarkable feat showcases Delhi’s strategic depth and versatility.#SMAT #DELvMAN pic.twitter.com/kzOdTkK0NO

— Akshay Tadvi 🇮🇳 (@AkshayTadvi28) November 29, 2024

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od