ହାଇଦ୍ରାବାଦ,୧ା୯: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ସମେତ ବିଭିନ୍ନ ଅଞ୍ଚଳରେ ରବିବାର ପ୍ରବଳ ବର୍ଷା ଲାଗି ରହିବା ଫଳରେ ଶତାଧିକ ଗାଁ ପାଣିରେ ବୁଡ଼ିଯାଇଛି। ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ରେଳଧାରଣାଗୁଡ଼ିକ ବର୍ଷାପାଣିରେ ବୁଡ଼ିଥିବାରୁ ୯୯ଟି ଟ୍ରେନ୍କୁ ବାତିଲ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ ଇତିମଧ୍ୟରେ ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାର ତେଲଙ୍ଗାନା ସ୍ଥିତି ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଅବଗତ କରାଇଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହାୟତା ପାଇଁ ଏନ୍ଡିଆର୍ଏଫ୍ ଟିମ୍ ତେଲଙ୍ଗାନାକୁ ପଠାଯାଇଛି। ହାଇଦ୍ରାବାଦରେ ସ୍କୁଲ୍ଗୁଡ଼ିକୁ ସୋମବାର ପାଇଁ ବନ୍ଦ ରଖାଯାଇଛି।
ସେହିପରି ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଅଭୂତପୂର୍ବ ବର୍ଷାବିତ୍ପାତ ଦେଖାଦେଇଛି। ବର୍ଷା ପ୍ରଭାବିତ ଅଞ୍ଚଳରୁ ୧୭,୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ସହ କଥା ହୋଇ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ନିରାକାରପୁର,୧।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋଦ୍ଧା ଜିଲା ଜଙ୍କିଆ ଥାନା ଓରବରସିଂହ ପଞ୍ଚାୟତ ଅଧୀନ ଡିହଖଳା ଗ୍ରାମରୁ ରବିବାର ସନ୍ଧ୍ୟାରେ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର…
ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା
ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି।…
ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ରାଇକିଆ,୧ା୯(ପ୍ରଦୀପ ବେହେରା): କନ୍ଧମାଳରୁ ଯାଇ ବେଙ୍ଗାଲୁରୁଠାରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଇକିଆ ବ୍ଲକ ଦଡିଙ୍ଗିଆ ପଞ୍ଚାୟତ ଆମ୍ବେଦକର…
ଲାଲପଥର ଜଳ ପ୍ରପାତରେ ନାବାଳକ ନିଖୋଜ
ଝାରସୁଗୁଡ଼ା,୧।୯: ଝାରସୁଗୁଡ଼ା ଜିଲା ଲାଲପଥର ଜଳ ପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ଜଳ ପ୍ରପାତରେ ଗାଧୋଇବା ବେଳେ ପାଣି ବୁଡି ନାବାଳକ ଜଣକ ନିଖୋଜ…
କେସିଙ୍ଗା ଏନ୍ଏସିରେ ବଡାଖାନା କାର୍ଯ୍ୟକ୍ରମ
କେସିଙ୍ଗା,୧।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…