Monday, February 24, 2025
Home ଆମ ଓଡ଼ିଶା ତୃତୀୟ ଥର ପାଇଁ ମା’ ହେଲା ଧଳାବାଘୁଣୀ ରୂପା, ଜନ୍ମଦେଲା ୪ ଶାବକ

ତୃତୀୟ ଥର ପାଇଁ ମା’ ହେଲା ଧଳାବାଘୁଣୀ ରୂପା, ଜନ୍ମଦେଲା ୪ ଶାବକ

by
0 comment

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ତୃତୀୟ ଥର ପାଇଁ ମା’ ହେଲା ଧଳାବାଘୁଣୀ ରୂପା। ପ୍ରାଣୀ ଉଦ୍ୟାନର ପୃଥକୀକରଣ ଖୁଆଡ଼ରେ ରହୁଥିବା ୬ବର୍ଷର ଧଳା ବାଘୁଣୀ ରୂପାର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ନେଇଛନ୍ତି। ଜନ୍ମିତ ଶାବକଙ୍କ ଲିଙ୍ଗ ଚିହ୍ନଟ ହୋଇ ନଥିବାବେଳେ ସେମାନେ ଧଳା ଓ ନାଲି ରଙ୍ଗର ଥିବା ଜଣାପଡିଛି।

ପ୍ରଥମ ଶାବକଟି ଶନିବାର ଭୋର ୫ଟା ୪୩ ମିନିଟ, ଦ୍ବିତୀୟଟି ସକାଳ ୬ଟା ୨୨ମିନିଟ, ତୃତୀୟଟି ସକାଳ ୭ଟା ୪୯ମିନିଟ ଓ ଚତୁର୍ଥଟି ସକାଳ ୯ଟା ୩୧ ମିନିଟରେ ଜନ୍ମ ହୋଇଥିବା ଖୁଆଡ଼ରେ ଲାଗିଥିବା ସିସିଟିଭି କ୍ୟାମେରା ଚିତ୍ରରୁ ଜଣାପଡିଛି ବୋଲି ନନ୍ଦନକାନନ ଉପନିର୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ୨୧ ନମ୍ବର ଖୁଆଡ଼ରେ ଥିବା କଳା ବାଘ କ୍ରିଷ୍ଣା ସହ ମିଳନରୁ ରୂପା ଗର୍ଭଧାରଣ କରିଥିଲା। ୧୦୫ ଦିନ ପରେ ଏହି ୪ ଶାବକଙ୍କୁ ଜନ୍ମ ଦେଇଛି। ମା’ ବାଘୁଣୀ ରୂପା ଶାବକଙ୍କୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳିଛି। ୪ ବାଘ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଏବେ ମାଆ ଓ ସମସ୍ତ ଶାବକ ସୁସ୍ଥ ଅଛନ୍ତି । ବାଘୁଣୀ ବିଜୟା ଓ ବାଘ ରୋଶନର ଦ୍ବିତୀୟ ଗର୍ଭରୁ ୨୦୧୮ ସେପ୍ଟେମ୍ବର ୨୨ରେ ରୂପା ଓ ରାଜେଶ ଜନ୍ମଗ୍ରହଣ କରିଥିଲେ। ରୂପା ଭାଇ ରାଜେଶ ସହ ବାଘ ସଫାରୀରେ ରହୁଥିଲେ। ୨୦୨୨ ମାର୍ଚ୍ଚ ୧୧ରେ ବାଘୁଣୀ ରୂପା ତା’ର ପ୍ରଥମ ଗର୍ଭରୁ ୩ ଶାବକ ଓ ଦ୍ବିତୀୟ ଥର ପାଇଁ ୨୦୨୩ ଜାନୁଆରୀ ୬ରେ ଦୁଇଟି ଶାବକ ଜନ୍ମ ଦେଇଥିଲା। ରୂପାର ପ୍ରଥମ ଶାବକ ଧଳା ବାଘୁଣୀ ହିମାଂଶୀକୁ କର୍ତ୍ତୃପକ୍ଷ ୨୦୨୪ ଜୁଲାଇ ୯ରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିର୍ସା ଚିଡ଼ିଆଖାନାକୁ ପଠାଇଛନ୍ତି। ଅନ୍ୟ ବାଘ ଛୁଆଗୁଡିକ ନନ୍ଦନକାନନରେ ଅଛନ୍ତି।

୧୯୮୦ ଜାନୁଆରୀରେ ପ୍ରଥମ କରି ଏଠାରେ ଧଳାବାଘ ଜନ୍ମ ନେଇଥିଲା। ସାଧାରଣ ବାଘୁଣୀ ଗଙ୍ଗା ଓ ଦୀପକ ଔରସରୁ ପ୍ରଥମେ ୩ଟି ଧଳାବାଘ ଶାବକ ଜନ୍ମ ହୋଇଥିଲେ, ଯାହା ଏକ ବିରଳ ଘଟଣା ଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od