Friday, January 10, 2025
Friday, January 10, 2025
Home Home ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

by
0 comment

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ ପହଞ୍ଚିବା ପାଇଁ ବେଙ୍ଗାଲୁରୁ ଚତୁର୍ଥ ଏବଂ ଶେଷ ଦଳ ହୋଇଛି। ମ୍ୟାଚ ପରେ ବେଙ୍ଗାଲୁରୁ ଖେଳାଳିମାନେ ସେଲିବ୍ରେଶନରେ ଏତେ ବ୍ୟସ୍ତ ଥିବାରୁ ଏମଏସ ଧୋନୀଙ୍କ ସହ ହାତ ମିଳାଇ ନ ଥିବାରୁ ଅନେକ ଆଲୋଚନା ହୋଇଥିଲା। ଧୋନୀ ଖେଳାଳିଙ୍କ ସହ ହାତ ମିଳାଇ ଡ୍ରେସିଂ ରୁମକୁ ଯାଇଥିଲେ। ଏବେ ଧୋନୀ ଏବଂ କୋହଲିଙ୍କ ମଧ୍ୟରେ ସ୍ବତନ୍ତ୍ର ବାର୍ତ୍ତାଳାପ ଡ୍ରେସିଂ ରୁମ ଭିତରୁ ସାମ୍ନାକୁ ଆସିଛି।
ସ୍‌ବେଙ୍ଗାଲୁରୁ ମ୍ୟାଚ ଜିତିବା ପରେ ବିରାଟ କୋହଲି ଚେନ୍ନାଇ ସୁପର କିଙ୍ଗ୍ସର ଡ୍ରେସିଂ ରୁମକୁ ଯାଇ ସେଠାରେ ଏମଏସ ଧୋନୀଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଧୋନୀ କୋହଲିଙ୍କୁ କହିଛନ୍ତି ଯେ, ତୁମେ ଫାଇନାଲକୁ ଯାଇ ଜିତିବା ଉଚିତ୍‌। ଧୋନୀ ବିରାଟ କୋହଲିଙ୍କୁ ଫାଇନାଲରେ ପ୍ରବେଶ କରି ଟାଇଟଲ ମ୍ୟାଚ ଜିତିବାରେ ଶୁଭେଚ୍ଛା ଜଣାଇଛନ୍ତି।
ବେଙ୍ଗାଲୁରୁ ଦଳ ଏପର୍ଯ୍ୟନ୍ତ ତିନିଥର ଫାଇନାଲ ଖେଳିଛି, କିନ୍ତୁ ପ୍ରତ୍ୟେକ ଥର ସେମାନଙ୍କୁ ରନର୍‌ ଅପ ହୋଇ ସନ୍ତୁଷ୍ଟ ହେବାକୁ ପଡିବ। ବେଙ୍ଗାଲୁରୁ ପ୍ରଥମେ ୨୦୦୯ରେ ଫାଇନାଲ ଖେଳିଥିଲା। ଏହା ପରେ ଦଳ ଦ୍ୱିତୀୟ ଥର ପାଇଁ ୨୦୧୧ ଆଇପିଏଲ ର ଫାଇନାଲ ଖେଳିଲା। ତାପରେ ତୃତୀୟ ଥର ପାଇଁ ବେଙ୍ଗାଲୁରୁ ୨୦୧୬ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା। ଦଳକୁ ପୁଣି ଥରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ବର୍ତ୍ତମାନ ଦଳ ଫାଇନାଲରେ ପହଞ୍ଚିପାରିବ କି ନାହିଁ ତାହା ଦେଖିବା ମଜାଦାର ହେବ।

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ…

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା…

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି…

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od