ରାଇରଙ୍ଗପୁର: ଜଳ ହିଁ ଜୀବନ। ଗ୍ରୀଷ୍ମ ଦିନରେ ଜଳର ସଂକଟ ଅଧିକ ଦେଖାଦେଇଥାଏ। ପାନୀୟ ଜଳ ନିମନ୍ତେ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏଭଳି ସମସ୍ୟା ରାଇରଙ୍ଗପୁର ବ୍ଲକ୍ ଅଧିନ ପୁରୁଣାପାଣି ଓ ସାନପାଖନା ଗ୍ରା.ପରେ ଦେଖା ଦେଇଛି। ଦୁଇଟି ପଂଚାୟତର ୧୫ ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଗତ ତିନି ଦିନ ହେଲା ଦୁଇ ପଂଚାୟତର କୌଣସି ଗ୍ରାମକୁ ପାଇପ୍ ଯୋଗେ ଆସୁଥିବା ପାନୀୟ ଜଳ ପାଇବାରୁ ବଂଚିତ ଅଛନ୍ତି। ଦୁଇ ପଂଚାୟତର ଅଧିକାଂଶ ଗ୍ରାମର ନଳକୂପ ମଧ୍ୟ ଅଚଳ ହୋଇପଡିଥିବା ବେଳେ ବାକିି ନଳକୂପରୁ ଦୂଷିତ ପାଣି ବାହାରୁଛି। ଫଳରେ ବର୍ତ୍ତମାନର ଗ୍ରୀଷ୍ମ ଦିନରେ ବାଲଟିଏ ପାନୀୟ ଜଳ ନିମନ୍ତେ ବହୁ ଦୁରକୁ ଯିବା ପାଇଁ ପଡୁଛି। ଫଳରେ ବାଧ୍ୟ ହୋଇ ବାଲି ଚୂଆ, ନାଳ ଓ ପୋଖରୀ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଦୂଷିତ ପାଣି ପିଇବା ଫଳରେ ବିଭିନ୍ନ ମାରାତ୍ମକ ରୋଗରେ ଶିକାର ହେବା ପାଇଁ ପଡୁଛି। ଏଣୁ ଦୁଇ ଦିନ ମଧ୍ୟରେ ପାନୀୟ ଜଳ ନ ଯୋଗାଇଲେ ଦୁଇ ପଂଚାୟତର ହଜାର ହଜାର ପୁରୁଷ ଓ ମହିଳାମାନେ ବାଧ୍ୟ ହୋଇ ପଂଚାୟତରାଜ୍ ଓ ପାନୀୟ ଜଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ କାର୍ଯ୍ୟଳୟ ସମ୍ମୁଖ୍ୟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଦୁଇ ପଂଚାୟତର ସିମିଳିନାଳୀ ଗ୍ରାମର ଜଗଦିଶ ମହାନ୍ତ, ବଡ ପାଖନା ଗ୍ରାମର ସଞୟ ମହାନ୍ତ,ପାଣପୋଷି ଗ୍ରାମର ମହୋନ ମହାନ୍ତ, ଲିଲୁ ବିନ୍ଧାଣୀ, ସାନ ସିମଳା ଗ୍ରାମର କାହ୍ନୁ ମହାନ୍ତଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।