ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ପାଗ ଅଧିକ କୋହଲା ହେବାରେ ଲାଗିଥିବାବେଳେ ସମୁଦ୍ର ଅଶାନ୍ତ ହେବା ସହିତ ଉଚ୍ଚା ଜୁଆର ସୃଷ୍ଟି ହେଉଛି।
୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‘ଦାନା’ ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ।
ବାତ୍ୟା ‘ଦାନା’ ଭିତରକନିକାର ତାଳଚୁଆରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି। ଏନେଇ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଅକ୍ଟୋବର ୨୪ ଗୁରୁବାର ମଧ୍ୟ ରାତିରୁ ବାତ୍ୟା‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ଅକ୍ଟୋବର ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିବ।
In anticipation of the severe impact of Cyclone Dana along the coast of Odisha and West Bengal, the Indian Navy is preparing to conduct Humanitarian Assistance and Disaster Relief (HADR) operations.
Eastern Naval Command, in coordination with Naval Officers-in-Charge (NOIC) in… pic.twitter.com/If5gucvSnw
— ANI (@ANI) October 24, 2024
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତି ଜାରି ହେବ। ଏହି ସମୟ ମଧ୍ୟରେ ସର୍ବାଧିକ ପବନର ବେଗ ପ୍ରାୟ ୧୨୦ କିଲୋମିଟର ହେବାର ସମ୍ଭାବନା ଅଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହା ସୂଚନା ଦେଇଛନ୍ତି।
ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି। ବାତ୍ୟା ‘ଦାନା’ର ଗତି ପଥରେ ସାମାନ୍ୟ ରିକର୍ଭ ଆସିଛି। ତେବେ ଏଥିପାଇଁ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହୋଇନି। ଲ୍ୟାଣ୍ଡଫଲ୍ ପରେ ଏହି ଭୀଷଣ ବାତ୍ୟା ସାମାନ୍ୟ ସାମାନ୍ୟ ରିକର୍ଭ କରିବ। ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାକୁ ଏହା ମୁହାଁଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରାମା ମହାନ୍ତି ସୂଚନା ଜାରି କରିଛନ୍ତି।
#WATCH | Odisha: Strong winds and rainfall witnessed in Bhadrak’s Dhamra as #CycloneDana is expected to make landfall over the Odisha-West Bengal coast, between October 24-25 pic.twitter.com/mCSVHBkZOT
— ANI (@ANI) October 24, 2024
ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ:
ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାକୁ ମୁହାଁଇପାରେ ବାତ୍ୟା ‘ଦାନା’…