Sunday, January 5, 2025
Sunday, January 5, 2025
Home Home Left ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

by
0 comment

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ ଆଉ ଆଉ ଦୁଇଟି ପ୍ରକଳ୍ପ ମିଳିଛି। ଏପରିକି ଉକ୍ତ ସ୍ବାକ୍ଷର ପ୍ରକଳ୍ପ (ସେତୁ) ପାଇଁ କମ୍ପାନୀ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ବିକଶିତ କରିବ। ଯାହା ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ଚିଲିକା ମଧ୍ୟରେ ସଂଯୋଗ ବ୍ୟବସ୍ଥାର ପରିବର୍ତ୍ତନ ଆଣିବ।

ଅପରପକ୍ଷରେ ଦୀର୍ଘଦିନ ଧରି ଚାଲି ଆସୁଥିବା ପରିବହନ ଆହ୍ବାନର ମୁକାବିଲା ପାଇଁ ଏହି ୨ଟି ସେତୁ ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ସଂଯୋଗ ସ୍ଥାପନ କରିବ। ସେହିଭଳି ଚିଲିକା ହ୍ରଦ ଭାରତର ବୃହତ୍ତମ ଉପକୂଳବର୍ତ୍ତୀ ଲୁଣି ହ୍ରଦ ଭାବେ ପରିଚିତ ଥିଲାବେଳେ ଦୀର୍ଘଦିନ ଧରି ଅବିଶ୍ୱସନୀୟ ପରିବହନ ବ୍ୟବସ୍ଥା ପାଇଁ ସଂଗ୍ରାମ କରି ସ୍ଥାନୀୟ ଗୋଷ୍ଠୀ ତଥା ପର୍ଯ୍ୟଟକଙ୍କୁ ଏହା ବେଶ୍‌ ପ୍ରଭାବିତ କରିଆସିଛି। ଏପରିକି ପ୍ରସ୍ଥାବିତ ସେତୁଗୁଡ଼ିକର ଆଧୁନିକ ଭିତ୍ତିଭୂମିକୁ ପରିବେଶ ସଂରକ୍ଷଣ ସହ ସମନ୍ବିତ କରି ବର୍ଷସାରା ]

ନିର୍ଭରଯୋଗ୍ୟ ଚଳାଚଳ ସୁନିଶ୍ଚିତ କରିବ। ଏ ସମ୍ପର୍କରେ ସିପିସିଏଲ୍‌ର ପ୍ରତିଷ୍ଠାତା ତଥା ଏମ୍‌ଡି ସଞ୍ଜୟ କୁମାର ସିହ୍ନା କହିଥିଲେ, ଏହିପରି ପରିବର୍ତ୍ତନଶୀଳ ସାମର୍ଥ୍ୟ ପ୍ରକଳ୍ପରେ ଯୋଗଦାନ କରି ଆମେ ଗର୍ବିତ ଅନୁଭବ କରୁଛୁ। ଏପରିକି ଏହି ସ୍ବାକ୍ଷରିତ ସେତୁଗୁଡ଼ିକ ଲାଗି ଆମେ ଡିପିଆର ବିକଶିତ ସହିତ ସ୍ଥାୟୀ ପ୍ରଗତି, ଗୋଷ୍ଠୀକୁ ସଂଯୋଗ କରିବା, ଅର୍ଥନୈତିକ ସୁଯୋଗ ଖୋଲିବା ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପଥ ପରିଷ୍କାର କରିବ। ଏହି ପଦକ୍ଷେପ ପ୍ରଭାବଶାଳୀ ଭିତ୍ତିଭୂମି ବିତରଣ ଲାଗି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ, ଯାହା ଏହାର ପରିବେଶ ସହିତ ସୁସଙ୍ଗତ ଓ ଭବିଷ୍ୟତକୁ ସଶକ୍ତ କରିବ। ସେହିପରି ପରିବେଶ ଉପଯୋଗୀ ଓ ବିପର୍ଯ୍ୟୟ ସ୍ଥିର ସମାଧାନ ଡିଜାଇନ ହୋଇଥିବା ଏହି ପ୍ରକଳ୍ପ ପ୍ରତିଟି ପର୍ଯ୍ୟାୟରେ ସ୍ଥିରତା ଉପରେ ଗୁରୁତ୍ୱ ଦେଇଥାଏ।

ବଜାରରେ ହୋଣ୍ଡାର ଆକ୍ଟିଭା ୧୨୫

ଭୁବନେଶ୍ୱର,୨୪।୧୨:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ୨୦୨୫ ଆକ୍ଟିଭା ୧୨୫ (ହୋଣ୍ଡାର ଆକ୍ଟିଭା ୧୨୫)’…

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ…

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od