Sunday, February 23, 2025
Home bhubaneswar ଡିଜିପି ସମ୍ମିଳନୀ ବେଳେ ପନ୍ନୁଙ୍କ ନାଁରେ ଧମକପୂର୍ଣ୍ଣ ମେଲ୍‌ ପ୍ରସଙ୍ଗ

ଡିଜିପି ସମ୍ମିଳନୀ ବେଳେ ପନ୍ନୁଙ୍କ ନାଁରେ ଧମକପୂର୍ଣ୍ଣ ମେଲ୍‌ ପ୍ରସଙ୍ଗ

by
0 comment

ଭୁବନେଶ୍ୱର,୧୦ା୧୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ସର୍ବଭାରତୀୟ ୫୯ତମ ଡିଜିପି- ଆଇଜିପି ସମ୍ମିଳନୀ ଚାଲିଥିବାବେଳେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତଥା ଶିଖ୍‌ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ଗୁରୁପତ୍‌ୱନ୍ତ ସିଂ ପନ୍ନୁ ନାଁରେ ଆସିଥିବା ଧମକ୍‌ପୂର୍ଣ୍ଣ ମେଲ୍‌କୁ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ତେବେ ଉକ୍ତ ମେଲ୍‌ ବିଦେଶରୁ ଆସିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଏବଂ ଅନ୍ୟ କେତେଜଣ ସାମ୍ବାଦିକଙ୍କୁ ଏଭଳି ମେଲ୍‌ ଆସିଥିବା ବେଳେ ଏଥିପାଇଁ ୨ଟି ଭିପିଏନ୍‌ (ଭର୍ଚୁଆଲ୍‌ ପ୍ରାଇଭେଟ୍‌ ନେଟୱର୍କ) ସିଷ୍ଟମ ବ୍ୟବହାର ହୋଇଥିଲା। ଗୋଟିଏ କାନାଡ଼ା ଏବଂ ଅନ୍ୟଟି ଆମେରିକାର ଭିପିଏନ୍‌ ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ଏହି ଦୁଇ ଦେଶରୁ ମେଲ୍‌ ଆସିଥିବା ଆଶଙ୍କା କ୍ରାଇମ୍‌ବ୍ରାଞ୍ଚ ଆଶଙ୍କା କରୁଛି। ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ କରୁଛି। ଏସମ୍ପର୍କରେ କେନ୍ଦ୍ରୀୟ ଏଜେନ୍ସିକୁ ଅବଗତ କରାଯିବା ସହ ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ସଫିନ୍‌ ଅହମ୍ମଦ କହିଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ମେଲ୍‌ରେ ଡିସେମ୍ବର ୧ ଡି-ଡେ’ ବୋଲି ଘୋଷଣା କରାଯିବା ସହ ଉକ୍ତଦିନ ଭୁବନେଶ୍ୱର ବିମାନ ବନ୍ଦରକୁ ଉଡ଼ାଣ କରନ୍ତୁ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା। ଏଥିସହ ହିନ୍ଦୁ ଆତଙ୍କବାଦୀ ମୋଦି ମନ୍ଦିର ମାଳିନୀ ଭୁବନେଶ୍ୱରକୁ ଏକ ଆତଙ୍କବାଦୀ ସହରରେ ପରିଣତ କରିଛନ୍ତି ବୋଲି କୁହାଯିବା ସହ ମାଓବାଦୀ, ନକ୍ସଲ, କଶ୍ମୀର ଓ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ଆହ୍ବାନ ଦେଇ ସମ୍ମିଳନୀକୁ ଭଣ୍ଡୁର କରିବାକୁ ଆହ୍ବାନ ଦିଆଯାଇଥିଲା। ଏପରିକି ଖଲିସ୍ତାନୀ ପତାକା ଉଡ଼ାଇବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚର ସାଇବର୍‌ ସେଲ୍‌ ପକ୍ଷରୁ ଅକ୍ଷୟଙ୍କ ଅଫିସରେ ପହଞ୍ଚତ୍ ମେଲ୍‌ ଯାଞ୍ଚ କରିବା ସହ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od