ନୂଆଦିଲ୍ଲୀ: ଦିଲ୍ଲୀ ସରାୟ ରୋହିଲ୍ଲା ଏସଏଫ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଟ୍ରେନରେ ଶୌଚାଳୟ ଯିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ନେଇ ସେ ରେଳମନ୍ତ୍ରୀଙ୍କୁ ଟ୍ୟାଗ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ବି ସେୟାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯାତ୍ରୀ କୁଶାଲ ମେହରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର ଲେଖିଛନ୍ତି, “ଟ୍ରେନ୍ ନମ୍ବର ୨୨୯୪୯ ଦିଲ୍ଲୀ ସରାୟ ରୋହିଲ୍ଲା ଟ୍ରେନ୍ ପ୍ରଥମଶ୍ରେଣୀ ଏସିର ଆତଙ୍କ ଜାରି ରହିଛି। ମୁଁ ଶୌଚାଳୟ ଯିବାକୁ ମୋ କ୍ୟାବିନ ବାହାରକୁ ଆସିବା ପରେ ବାହାରର ପରିସ୍ଥିତି ଦେଖି ଭୟଭୀତ ହୋଇଯାଇଥିଲି। ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଶୌଚାଳୟ ସାମ୍ନାରେ ଏତେ ଭିଡ଼ ଥିଲା କି ମୁଁ ପରିସ୍ରା କରି ବି ଯାଇ ପାରିଲି ନାହିଁ। @ ରେଲ୍ ମିନ୍ ଇଣ୍ଡିଆ କେହି କିଛି କରନ୍ତି ନାହିଁ।
ପାନ୍ ନମ୍ବର ୮୨୧୫୭୬୯୪୭୧1, କୋଚ୍ ନମ୍ବର ଏଚଏ୧, ଏ୧କ୍ୟାବିନ୍, ଏହା ମୋ କ୍ୟାବିନ ବାହାରେ ଏକ ସଂଗଠିତ ଟିକେଟ୍ ବିହୀନ ଯାତ୍ରା! ”
The horror on Train no 22949 Delhi Saria Rohilla train first ac continues. Outside my cabin right now when I woke up and went to use the washroom. I couldn’t even click the others on the right as I couldn’t walk past these women. I asked the attendant, and he says this is how it… pic.twitter.com/7gkdVf9oc9
— कुशल मेहरा (@kushal_mehra) May 2, 2024
ଅନ୍ୟ ଏକ ଟ୍ୱିଟ୍ରେ କୁଶାଲ ମେହରା କହିଛନ୍ତି ଯେ ବାହାରେ ବସିଥିବା ଲୋକଙ୍କୁ ଏହି ସ୍ଥାନରୁ ସେତେବେଳେ ଯାଇ ହଟାଗଲା ଯେତେବେଳେ ଟିଟିଇ ଜାଣିଲେ ରେଳମନ୍ତ୍ରୀଙ୍କୁ ମୁଁ ଏହି ଘଟଣା ଟ୍ୟାଗ୍ କରିଛି।