Monday, February 24, 2025
Home ଆମ ଓଡ଼ିଶା ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

by
0 comment

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଶଙ୍ଖୁଆ – ବଡବାଲିପଶି ରାସ୍ତା ମଧ୍ୟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ବଡବାଲିପଶି ଗ୍ରାମର ସ୍ବର୍ଗତ ପ୍ରଫୁଲ୍ଲ ମହାନ୍ତଙ୍କ ପୁଅ ସଞ୍ଜିପ କୁମାର ମହାନ୍ତ(୨୭) ବୋଲି ଜଣାପଡିଛି। ସଞ୍ଜିପ ଚାଲି ଚାଲି ଗ୍ରାମକୁ ଫେରୁଥିବା ସମୟରେ ଗ୍ରାମ ପୂର୍ବ ବୁଲାଣିରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା।

ଘଟଣା ସ୍ଥଳରୁ ଗୁରୁତର ସଞ୍ଜିପଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ କରଞ୍ଜିଆ ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ରିସିଭ ଡେଥ ଘୋଷଣା କରିଥିଲେ। ଏନେଇ ପାଟଣା ଥାନା ୩୫୫/୨୦୨୪ ମାମଲା ରୁଜୁ ହୋଇଛି। ସାହାରପଡ଼ା ଫାଣ୍ଡି ଏଏସଆଇ ପଞ୍ଚମୀ ମହାନ୍ତ ଘଟଣାର ତଦନ୍ତ କରିବା ସହ ମୃତକର ଶବ ବ୍ୟବଛେଦ କରାଇଛନ୍ତି। ଟ୍ରାକ୍ଟରକୁ ପୁଲିସ ଜବଦ କରିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od