Sunday, February 23, 2025
Home ଆମ ଓଡ଼ିଶା ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ଅକାଳ ମୃତ୍ୟୁ

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ଅକାଳ ମୃତ୍ୟୁ

by
0 comment

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ଗୋଜିଟାଙ୍ଗିରି ନିକଟରେ ମଙ୍ଗଳବାର ଅପରାହ୍ନରେ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।  ମୃତକ ହେଲେ ବାଇକଳା ପଞ୍ଚାୟତ ବାଲିତୋଟା ଗ୍ରାମର ଚକ୍ରଧର ନାଏକ (୩୪) ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଟ୍ରାକ୍ଟରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

ଦୁର୍ଘଟଣା ପରେ ସଂଜ୍ଞାହୀନ ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ନେଇଥିଲେ ହେଁ ସେଠାରେ ଶ୍ରମିକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି କରଞ୍ଜିଆ ଡାକ୍ତରଖାନାରେ ପହଁଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରିଥିଲେ। ଏନେଇ ପାଟଣା ଥାନାରେ ୨୩୧/୨୦୨୪ ମୂଳେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ଆଜି ମୃତକର ଶବ ବ୍ୟବଚ୍ଛେଦ କରାଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od