Wednesday, November 27, 2024
Wednesday, November 27, 2024
Home ଦେଶ- ବିଦେଶ ଟ୍ରମ୍ପ୍‌ଙ୍କ ବିଜୟ ପରେ ମସ୍କ ମାଲାମାଲ: ନିଟ୍‌ ସଂପତ୍ତି ୩୪୮ ବିଲିଅନ ଡଲାର

ଟ୍ରମ୍ପ୍‌ଙ୍କ ବିଜୟ ପରେ ମସ୍କ ମାଲାମାଲ: ନିଟ୍‌ ସଂପତ୍ତି ୩୪୮ ବିଲିଅନ ଡଲାର

by
0 comment

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ଦଳର ପ୍ରାର୍ଥର ଡୋନାଲ୍ଟ ଟ୍ରମ୍ପଙ୍କ ବିଜୟ ପରେ ଟେସ୍‌ଲା ଓ ସ୍ପେସ୍‌ଏକ୍ସର ସିଇଓ ଏଲନ୍‌ ମସ୍କଙ୍କ ସଂପତ୍ତି ବଢ଼ିବାରେ ଲାଗିଛି। ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତି ଭାବେ ପରିଚିତ ମସ୍କଙ୍କ ନିଟ୍‌ ସଂପତ୍ତି ୩୪୮ ବିଲିଅନ ଡଲାରରେ ପହଞ୍ଚିଛି ବୋଲି ବ୍ଲୁମବର୍ଗ ବିଲିୟନେୟାର ସୂଚୀରୁ ଜଣାଯାଇଛି। ଏହାଦ୍ବାରା ଇତିହାସରେ ସେ ସବୁଠୁ ବଡ଼ ଧନୀ ବ୍ୟକ୍ତିରେ ପରିଣତ ହୋଇଥିବା କୁହାଯାଉଛି। ତାଙ୍କ ମାଲିକାନାରେ ପରିଚାଳିତ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ବୃଦ୍ଧି କାରଣରୁ ଏପରି ହୋଇଛି। 

ଶୁକ୍ରବାର ବିଦ୍ୟୁତ ଯାନ ନିର୍ମାତା ଟେସ୍‌ଲାର ସେୟାର ମୂଲ୍ୟରେ ୩.୮ ପ୍ରତିଶତ ବୃଦ୍ଧି ଘଟିଛି। ଏହାର ମୂଲ୍ୟ ଗତ ସାଢ଼େ ୩ ବର୍ଷର ସର୍ବୋଚ୍ଚ ସ୍ତର ଅର୍ଥାତ୍‌ ୩୫୨.୫୬ ଡଲାର ଛୁଇଁଛି। ଟେସ୍‌ଲାର ସେୟାର ମୂଲ୍ୟ ବୃଦ୍ଧି କାରଣରୁ ମସ୍କଙ୍କ ସଂପତ୍ତିରେ ୭ ବିଲିଅନ ଡଲାର ବୃଦ୍ଧି ଘଟିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପାଇବା ପରଠାରୁ ଟେସ୍‌ଲାର ସେୟାର ମୂଲ୍ୟରେ ଆକର୍ଷଣୀୟ ୪୦ ପ୍ରତିଶତ ବୃଦ୍ଧି ଘଟିଲାଣି। ଏଥିଯୋଗୁ ମସ୍କଙ୍କ ସଂପତ୍ତିରେ ପ୍ରାୟ ୭୦ ବିଲିଅନ ଡଲାର ଯୋଗହୋଇଛି। ‌ଟେସ୍‌ଲାରେ ମସ୍କଙ୍କର ୧୩ ପ୍ରତିଶତ ଅଂଶଧନ ରହିଛି। ତାଙ୍କର ଏକ୍ସଏଆଇ କମ୍ପାନି ମଧ୍ୟ ସଂପତ୍ତି ବୃଦ୍ଧିରେ ସହାୟକ ହୋଇଛି। ଏହି କମ୍ପାନି ତାଙ୍କ ନିଟ୍‌ ସଂପତ୍ତିରେ ୧୩ ବିଲିଅନ ଡଲାର ଯୋଡ଼ିଛି। ଏକ୍ସଏଆଇରେ ମସ୍କଙ୍କର ୬୦ ପ୍ରତିଶତ ଅଂଶଧନ ରହିଛି। ଏହାବ୍ୟତୀତ ସ୍ପେସଏକ୍ସର ସେୟାର ମୂଲ୍ୟ ବୃଦ୍ଧି ଫଳରେ ମଧ୍ୟ ତାଙ୍କ ସଂପତ୍ତି ବଢ଼ିଛି। ଏହାଫଳରେ ମସ୍କଙ୍କ ସଂପତ୍ତି ବ୍ୟବଧାନ ବିଶ୍ବର ଦ୍ବିତୀୟ ବଡ଼ ଧନୀ ତଥା ଓରାକଲ୍‌ ଅଧ୍ୟକ୍ଷ ଲାରି ଏଲିସନଙ୍କ ଠାରୁ ବହୁ ଅଧିକ ହୋଇଯାଇଛି। ଲାରିଙ୍କ ତୁଳନାରେ ମସ୍କଙ୍କ ସଂପତ୍ତି ୮୦ ବିଲିଅନ ଡଲାର ଅଧିକ ରହିଛି। ଟ୍ରମ୍ପଙ୍କ ପାଇଁ ମସ୍କ ଖୋଲ‌ାଖୋଲି ପ୍ରଚାର କରିବା ସହିତ ବହୁ ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଆଗାମୀ ଦିନରେ ଟ୍ରମ୍ପ ପ୍ରଶାସନଠାରୁ ମସ୍କଙ୍କ କମ୍ପାନିଗୁଡ଼ିକ ଲାଭବାନ ହେବେ ବୋଲି ଆଶା କରାଯାଉଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od