ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ଭାରତ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଏହି ମ୍ୟାଚରେ ବିଜୟୀ ହେବାପରେ ଭାରତୀୟ କ୍ରିକେଟ ଖେଳାଳ ଭାବବିହ୍ବୋଳ ହୋଇପଡ଼ିଥିବା ବେଳେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଏହି ପରାଜୟ ଶକ୍ତ ଧକ୍କା ଦେଇଥିଲେ।
ମ୍ୟାଚ ହାରିଯିବା ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ତବରେଜ ଶମି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେ ପଡ଼ିଆରେ ଆଣ୍ଠେଇ ପଡ଼ି ପୁଅ ଇବ୍ରାହିମ ଓ ସ୍ତ୍ରୀ ଖଦିଜା ସରିଫଙ୍କୁ ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦିଥିଲେ। ସ୍ବାମୀଙ୍କୁ କାନ୍ଦୁଥିବା ଦେଖି ସ୍ତ୍ରୀ ଖଦିଜା ନିଜକୁ ସମ୍ଭାଳି ପାରି ନଥିଲେ। ସେ ତବରେଜଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।