Monday, February 24, 2025
Home Home ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

by
0 comment

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ ଲାଗି ଈଶାନ କିଶନ ବଡ଼ ଦାବିଦାର ବୋଲି କୁହାଯାଉଛି। ଏବେ ତାଙ୍କ ଚୟନ ହେବ କି ନାହିଁ ଜଣାପଡ଼ି ନ ଥିଲେ ହେଁ ବିସିସିଆଇ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏକ ମାମଲାରେ କିଶନ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଉପରେ ଜରିମାନା ଲଗାଯାଇଛି।

ଏବେ ପ୍ରଶ୍ନ ଏହା ଯେ କିଶନଙ୍କ ଭୁଲ କ’ଣ? ଯାହା ଉପରୁ ପରଦା ହଟି ନ ଥିଲେ ହେଁ ଆଇପିଏଲ୍‌ ୨୦୨୪ରେ ଏପ୍ରିଲ ୨୭ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ସହ ଜଡ଼ିତ।

ଆଇପିଏଲ୍‌ର କୋଡ୍‌ ଅଫ୍‌ କଣ୍ଡକ୍ଟ ଅନୁଯାୟୀ ବିସିସିଆଇ କିଶନଙ୍କୁ ‘ଲେବଲ୍‌ ୧’ର ଦୋଷୀ ପାଇଛି, ଏଣୁ ତାଙ୍କ ଉପରେ ମ୍ୟାଚ୍‌ ପାଉଣାର ୧୦% ଜରିମାନା ଲଗାଯାଇଛି। ସେ ମ୍ୟାଚ୍‌ ରେଫରୀଙ୍କ ସମ୍ମୁଖରେ ନିଜର ଭୁଲ ସ୍ବୀକାର କରିଥିବା ଆଇପିଏଲ୍‌ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି। କହିବାକୁ ଚାହିଁବୁ ଲେବଲ୍‌ ଓ୍ବାନ୍‌ରେ ଦୋଷୀ ହେଲେ ମ୍ୟାଚ୍‌ ରେଫରୀଙ୍କ ନିଷ୍ପତ୍ତି ହିଁ ଅନ୍ତିମ ଏବଂ ବାଧ୍ୟ ହୋଇଥାଏ।

ଆଇପିଏଲ୍‌ ଆଚାର ସଂହିତାର ଅନୁଚ୍ଛେଦ ୨.୨ ଅନୁଯାୟୀ ଲେବଲ୍‌ ଓ୍ବାନ୍‌ ଅପରାଧରେ ବିଜ୍ଞାପନ, ବୋର୍ଡ, ବାଉଣ୍ଡ୍ରି ଫେନ୍ସ ଏବଂ ଅନ୍ୟ ଫିକ୍ସଚରକୁ କ୍ଷତି ପହଞ୍ଚାଇବା ବ୍ୟତିତ ମ୍ୟାଚ୍‌ ସମୟରେ କ୍ରିକେଟ ଉପକରଣର ଦୂରୁପଯୋଗ ଆଦି ସାମିଲ ଅଛି। ଏବେ କିଶନ ଏଥିରୁ କେଉଁ ଭୁଲ କରିଛନ୍ତି ତାହା ଜଣାପଡ଼ିନାହିଁ। ଆଇପିଏଲ୍‌ ପକ୍ଷରୁ ଜାରି ପ୍ରେସ୍‌ ରିଲିଜରେ ମଧ୍ୟ ସେନେଇ ଉଲ୍ଲେଖ ନାହିଁ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od