Sunday, February 23, 2025
Home ଆମ ଓଡ଼ିଶା ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର!

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର!

by
0 comment

ଭୁବନେଶ୍ବର: ଜୁଲାଇ ୮ ତାରିଖରେ ଶ୍ରୀମନ୍ଦର ରତ୍ନଭଣ୍ଡାର ଖୋଲିପାରେ।  ଜୁଲାଇ ୮ରୁ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି ମଣତି କାମ ଚାଲିବା ନେଇ ସୂଚନା ମିଳିଛି। ୨୦ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାମ ଚାଲିବ। ଆସନ୍ତା ୫ ତାରିଖରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ବସିବା ନେଇ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ  ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଖୋଲିବା ନେଇ ବୈଠକ ବସିପାରେ ବୋଲି ଜଣାପଡ଼ିଛି।

ଜୁଲାଇ ୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ  ଜଷ୍ଟିସ ଅରିଜିତ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଜୁଲାଇ ୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ଜଷ୍ଟିସ ପଶାୟତ ରହିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od