Sunday, February 23, 2025
Sunday, February 23, 2025
Home ଆମ ଓଡ଼ିଶା ଜିଲା ଶ୍ରମ ଅଧିକାରୀଙ୍କୁ ଆକ୍ରମଣ ଓ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଥାନାରେ ମାମଲା

ଜିଲା ଶ୍ରମ ଅଧିକାରୀଙ୍କୁ ଆକ୍ରମଣ ଓ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଥାନାରେ ମାମଲା

by
0 comment

ବୌଦ୍ଧ: ବୌଦ୍ଧଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ପଶି ଜଣେ ଯୁବକ ଅଫିସ ଆସବାବପତ୍ର ଭଙ୍ଗାରୁଜା କରିବା ସହିତ ଶ୍ରମ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବୌଦ୍ଧଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଜିଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ନିଜ କାର୍ଯ୍ୟାଳୟରେ ପଶି କାମ କରୁଥିବାବେଳେ ସଇଫୁଦିନ ଖାଁ ନାମକ ଜଣେ ଯୁବକ କାର୍ଯ୍ୟାଳୟକୁ ଆସି ଜଣେ ଶ୍ରମିକଙ୍କ କାର୍ଡ ନେଇ ପଚାରିଥିଲେ। ଏହାକୁ ନେଇ ଶ୍ରମ ଅଧିକାରୀ ଶ୍ରୀପାଇକରାୟଙ୍କ ସହିତ ସଇଫୁଦିନଙ୍କ ଯୁକ୍ତିତର୍କ ହୋଇଥିଲା।

ସଇଫୁଦିନ ଉତ୍ୟକ୍ତ ହୋଇ ଶ୍ରମ ଅଧିକାରୀଙ୍କ ମୋବାଇଲ ଭାଙ୍ଗିଦେବା ସହିତ ଆସବାବ ପତ୍ର ଓ ସରକାରୀ ଫାଇଲପତ୍ର ଫିଙ୍ଗା ଫୋପଡା କରିଥିବା ଏବଂ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଶ୍ରୀପାଇକରାୟ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ମଧ୍ୟ ଶ୍ରମ ଅଧିକାରୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଶ୍ରମ ଅଧିକାରୀ ଶ୍ରୀପାଇକରାୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଥାନା କେସ ନମ୍ବର ୨୮୫/୨୪ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାମଲାରେ କାହାକୁ ଗିରଫ କରାଯାଇନଥିବା ଜଣାଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od