ଭୁବନେଶ୍ବର : ଦରମା ନପାଇ ଶିକ୍ଷକ ମୂଲ ଲାଗିବା ପରେ ଚେତିଲା ଗଣଶିକ୍ଷା ବିଭାଗ। ୩୦ ଜିଲା ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟକୁ ଶିକ୍ଷକଙ୍କ ଦରମା ବାବଦ ଅର୍ଥ ମଞ୍ଜୁର କରାଯାଇଛି। ଓସେପା ପକ୍ଷରୁ ମୋଟ ୩୯୮ କୋଟି ୩୨ ଲକ୍ଷ ୮୨ ହଜାର ୩ ଟଙ୍କା ଡିଇଓଙ୍କ ଆକାଉଣ୍ଟକୁ ରିଲିଜ୍ କରିବାକୁ ବ୍ୟାଙ୍କକୁ ଚିଠି ଲେଖାଯିବା ସହ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା। ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲା ପୁଇଁନ୍ତଲା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବାରୁ ମଜୁରି କରିବାକୁ ଛୁଟି ମାଗିଥିଲେ। ସେ ମୂଲ ଲାଗି ଯିବେ ବୋଲି ଏକ ଦରଖାସ୍ତ ଲେଖିଥିଲେ। ସେ ଛୁଟି ନେଇ ଜମିରେ ମଜୁରି ଲାଗିଥିଲେ। ପ୍ରଭୁଦତ୍ତ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।
ଜିଲା ଶିକ୍ଷାଧିକାରୀଙ୍କ ଆକାଉଣ୍ଟକୁ ଗଲା ଶିକ୍ଷକଙ୍କ ଦରମା ଟଙ୍କା
1
previous post