ଫୁଲବାଣୀ: କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ଶାଖା ‘ମାଇଁ ଭାରତ( ନେହେରୁ ଯୁବ କେନ୍ଦ୍ର ) ଫୁଲବାଣୀ ତରଫରୁ ଜିଲ୍ଲାସ୍ତରୀୟ ଖେଳ ପ୍ରତିଯୋଗିତା କନ୍ଧମାଳ ଷ୍ଟାଡିଅମଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ନବ କିଶୋର ରଥ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଲାବରେଟୋରି ଆସିଷ୍ଟାଣ୍ଟ ରାଜ କିଶୋର ପାଢ଼ୀ, ସଚ୍ଚିଦାନନ୍ଦ ପଟ୍ଟନାୟକ, ଅକ୍ଷରଚେରୀ ପ୍ରଶିକ୍ଷକ ଆଶାରାମ ହାଁସଦା, ରାଜ କିଶୋର ପ୍ରଧାନ, ଖେଳ ଶିକ୍ଷକ ପ୍ରଶାନ୍ତ ଦାଶ ପ୍ରମୁଖ ଯୋଗଦେଇ ଥିଲେ। ଏହି ଖେଳ ପ୍ରତିଯୋଗିତାରେ ଫୁଟବଲ, କବାଡି, ବ୍ୟାଡମିଣ୍ଟନ, ସ୍ଲୋ ସାଇକେଲ ରେସ, ଏଥଲେଟିକ୍ସ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫିରିଙ୍ଗିଆ, ଟିକାବାଲି, କେ. ନୂଆଗାଁ, ଖଜୁରୀପଡା, ଫୁଲବାଣୀ ବ୍ଲକର ଚାମ୍ପିଅନ ଟିମ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଫାଇନାଲ ଦିବସରେ ଫୁଟବଲ ପ୍ରତିଯୋଗିତା ଟିଟିରାପଙ୍ଗା ଫୁଟବଲ ଟିମ ଓ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଫୁଟବଲ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ୬-୪ ସେଟରେ ଖଜୁରୀପଡା ବ୍ଲକର ଟିଟିରାପଙ୍ଗା ଫୁଟବଲ ଟିମ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଫୁଟବଲ ଟିମକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ବିଜୟୀ ଟିମ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଅବଗତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରଣାମପତ୍ର ପ୍ରଦାନ କରାଯାଇଥିଲା। ସହକର୍ମୀ ସତ୍ୟବାନ ଦଳବେହେରା ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ଅନୁପ ବିକ୍ରମ ପାତ୍ର ଧନ୍ୟବାଦ ଦେଇଥିଲେ।
ଜିଲାସ୍ତରୀୟ କ୍ରୀଡ଼ାରେ ଟିଟିରାପଙ୍ଗା ଫୁଟବଲ ଟିମ ଚାମ୍ପିଅନ
3