Sunday, February 23, 2025
Home ଆମ ଓଡ଼ିଶା ଜିରୋ ନାଇଟ ପାଳନ କଲେ ରାଜ୍ୟବାସୀ, ନୂଆ ବର୍ଷକୁ ଭବ୍ୟ ସ୍ୱାଗତ

ଜିରୋ ନାଇଟ ପାଳନ କଲେ ରାଜ୍ୟବାସୀ, ନୂଆ ବର୍ଷକୁ ଭବ୍ୟ ସ୍ୱାଗତ

by
0 comment

ଭୁବନେଶ୍ୱର: ନୂଆ ବର୍ଷକୁ ଭବ୍ୟ ସ୍ୱାଗତ କଲେ ରାଜ୍ୟବାସୀ। ବିଶେଷ କରି ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ଉତ୍ସାହ ଓ ଉଦ୍ଦୀପନା ସହ ନୂଆ ବର୍ଷ ପାଳନ କରିଥିବା ଦେଖିବାକୁ ମିଳିଥିଲା। କ୍ଲବ, ହୋଟେଲ, ରେସ୍ତୁରାଣ୍ଟ ସବୁଠି ଧୂମ୍ ଜମିଥିଲା ନାଚଗୀତର ଆସର। ଜିରୋ ନାଇଟ ସେଲିବ୍ରେସନରେ ସାମିଲ ହୋଇଥିଲେ ସମସ୍ତେ। ରଙ୍ଗୀନ ଆଲୋକମାଳା ସହ ଡିଜେ, ସେଲିବ୍ରେଟି ସିଙ୍ଗର ଓ ଡ୍ୟାନସ ଗାର୍ଲଙ୍କ ନୃତ୍ୟ ସମସ୍ତଙ୍କୁ ମତୁଆଲା କରିଥିଲା। ଗୀତ ଓ ମ୍ୟୁଜିକ ତାଳେ ତାଳେ ଝୁମିଥିଲେ ଅନେକ, ଆଉ ରାତି ୧୨ଟା ହେବାକ୍ଷଣି କହିଥିଲେ ସ୍ବାଗତଂ ନବବର୍ଷ ୨୦୨୫। ଏହାପରେ ନିଜର ପ୍ରିୟଜନଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ।

ରାଜଧାନୀ ଭୁବନେଶ୍ୱର ଓ କଟକ ବେଶ ଜମିଥିଲା ନାଚଗୀତର ଆସର। ସହରର ବିଭିନ୍ନ ହୋଟେଲ, କଟକ କ୍ଲବରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ ଜିରୋ ନାଇଟର ଧୂମ୍ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଲୋକ ଏସବୁ ସ୍ଥାନରେ ଏକତ୍ର ହୋଇ ନାଚି, ଗାଇ ଖୁସି ମନାଇଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଏସବୁ କାର୍ଯ୍ୟକ୍ରମ ଜାରି ରହିଥିଲା। ରାଜ୍ୟର ସବୁ ବଡ଼ ବଡ଼ ସହରରେ ନୂଆ ବର୍ଷକୁ ସ୍ୱାଗତ ଲାଗି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଧିକାଂଶ ସହରରେ ଥିବା ହୋଟେଲ ଓ କ୍ଲବ ଆଦିରେ ଜମିଥିଲା ଲୋକଙ୍କ ଭିଡ଼। ନୃତ୍ୟଗୀତର ତାଳେ ତାଳେ ନାଚି ନାଚି ସମସ୍ତେ ନବବର୍ଷକୁ ସ୍ୱାଗତ କରିଥିଲେ।

prayash

ରେଶମ ସହର ବ୍ରହ୍ମପୁର ବି ଉତ୍ସବ ମୁଖର ଥିଲା। ୟୁନିଅନ କ୍ଲବ ପରିସରରେ ବେଶ ଧୁମଧାମରେ ହୋଇଥିଲା ନ୍ୟୁୟର ସେଲିବ୍ରେସନ। ସମ୍ୱଲପୁରରେ ମଧ୍ୟ ଜିରୋ ନାଇଟର ସେଲିବ୍ରେସନ ଥିଲା ନିଆରା। ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ବର୍ଷ ୨୦୨୫କୁ ସ୍ୱାଗତ କରିଥିଲେ ଲୋକେ। ଷ୍ଟିଲସିଟି ରାଉରକେଲାରେ ମଧ୍ୟ ପୁରୁଣାବର୍ଷ ୨୦୨୪କୁ ବିଦାୟ ଦେଇ ବର୍ଷ ୨୦୨୫କୁ ସ୍ୱାଗତ କରିଥିଲେ।

ବାଲେଶ୍ୱର, ଭଦ୍ରକ, ଜଗସିଂହପୁର, ଭବାନୀପାଟଣା, ବାରିପଦା, ନୂଆପଡା, ରାୟଗଡା, କୋରାପୁଟ, ଫୁଲବାଣୀ, ନୟାଗଡ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସହରରେ ଗୀତ ଓ ମ୍ୟୁଜିକ ତାଳେ ତାଳେ ଝୁମି ଉଠିଥିଲେ ସମସ୍ତେ। ଆଉ ଏହି ସିଲସିଲା ଚାଲିଥିଲା ଜିରୋ ନାଇଟ୍ ପର୍ଯ୍ୟନ୍ତ। ରାତି ଠିକ୍ ୧୨ଟା ବାଜିବା କ୍ଷଣି ସମସ୍ତେ ପରସ୍ପରକୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ବର୍ଷ ମଙ୍ଗଳମୟ ହେଉ ଓ ଜୀବନ ସୁଖ ଶାନ୍ତି ପୂର୍ଣ୍ଣ ହେବା ନେଇ କାମନା କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od