Sunday, February 23, 2025
Home ଆମ ଓଡ଼ିଶା ଜିମସାରରେ ନର୍ସିଂ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ

ଜିମସାରରେ ନର୍ସିଂ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ

by
0 comment

ଡେସ୍କ: ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥାନ (ଜିମସାର)ର ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ଜିଲ୍ଲା ଆଠଗଡ଼ର ମାଧବପୁର ସ୍ଥିତ ଏହି ପ୍ରତିଷ୍ଠାନରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ୫ଟି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ।

୨ ବର୍ଷିଆ ଅବଧି ବିଶିଷ୍ଟ ଏମଏସସି ନର୍ସିଂ ପାଇଁ ଆବେଦନକାରୀ ବିଏସସି ନର୍ସିଂରେ ଉତ୍ତୀର୍ଣ୍ଣ ହେବା ସହ ୧ ବର୍ଷର ଅଭିଜ୍ଞତା ହାସଲ କରିଥିବା ଆବଶ୍ୟକ। ସେହିପରି ୨ ବର୍ଷିଆ ପୋଷ୍ଟ ବେସିକ ବିଏସସି ନର୍ସିଂ ପାଠ୍ୟକ୍ରମ ପାଇଁ ଜିଏନଏମ ଓ ୪ ବର୍ଷିଆ ବିଏସସି ନର୍ସିଂ ପାଇଁ ଆବେଦନକାରୀ +୨ ବିଜ୍ଞାନରେ ଉତ୍ତୀର୍ଣ ହୋଇଥିବା ଜରୁରୀ। ବିଏସସି ନର୍ସିଂ ପାଇଁ ଆବେଦନକାରୀ ଯୁକ୍ତ ଦୁଇ ବିଜ୍ଞାନରେ ଫିଜିକ୍ସ, କେମିଷ୍ଟ୍ରି ଓ ବାୟୋଲୋଜି ବିଷୟ ସହ ୪୫% ମାର୍କ ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ୪୦% ମାର୍କ ରଖାଯାଇଛି।

୩ ବର୍ଷିଆ ଜିଏନଏମ ପାଠ୍ୟକ୍ରମ ପାଇଁ ୪୦% ମାର୍କ ସହ +୨ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ତଫସିଲଭୁକ୍ତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ୩୫% ମାର୍କ ରଖାଯାଇଛି। ୨ ବର୍ଷିଆ ଏଏନଏମ ପାଠ୍ୟକ୍ରମ ପାଇଁ +୨ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ତଫସିଲଭୁକ୍ତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ୩୫% ମାର୍କ ରଖାଯାଇଛି। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର https://gimsar.in/ ୱେବସାଇଟ କିମ୍ବା ମୋବାଇଲ ନମ୍ବର ୮୬୩୭୨୯୧୩୦୪ ଓ ୯୩୪୮୬୫୯୭୯୨ରେ ଯୋଗାଯୋଗ କରିପାରିବେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od