
ନୂଆଦିଲ୍ଲୀ,୧ା୧: ଡିସେମ୍ବର ୨୦୨୪ ରେ ବସ୍ତୁ ଏବଂ ସେବା କର (ଜିଏସଟି) ସଂଗ୍ରହରେ ବଡ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଜାନୁଆରୀ ୧ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଜିଏସଟି ସଂଗ୍ରହ ପୂର୍ବ ବର୍ଷ ବର୍ଷ ତୁଳନାରେ ୭.୩ ପ୍ରତିଶତ ବୃଦ୍ଧି ହୋଇ ୧.୭୭ ଲକ୍ଷ କୋଟିରେ ପହଞ୍ଚିଛି। ଡିସେମ୍ବର ୨୦୨୩ ରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟି ଟଙ୍କା ଥିଲା।
ଡିସେମ୍ବରରେ ୧.୭୭ ଲକ୍ଷ କୋଟିର ଏହି ଆକଳନ କ୍ରମାଗତ ଦଶମ ଥର ପାଇଁ ଜିଜିଏସଟି ସଂଗ୍ରହ ୧.୭ ଲକ୍ଷ କୋଟିରୁ ଅଧିକ ହୋଇଛି। ତେବେ ଏପ୍ରିଲ୍ ୨୦୨୪ ରେ ସଂଗ୍ରହ ହୋଇଥିବା ୨.୧ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ରେକର୍ଡ ଏବେ ମଧ୍ୟ ଅକ୍ଷୁର୍ଣ୍ଣ ଅଛି। ଏଥି ସହିତ, ଗତ ୩ ମାସ ମଧ୍ୟରେ ଏହି ଜିଏସଟି ଅଭିବୃଦ୍ଧି ମଧ୍ୟ ସର୍ବନିମ୍ନ ଅଟେ। ତେବେ ପୂର୍ବ ତ୍ରୈମାସିକ ତୁଳନାରେ ଏଥର ଜିଏସଟି ସଂଗ୍ରହ ଭଲ ହୋଇଛି।
ଯଦି ଅକ୍ଟୋବର-ଡିସେମ୍ବର ୨୦୨୪ ରେ ହାରାହାରି ଜିଏସଟି ସଂଗ୍ରହକୁ ଦେଖିବା, ତେବେ ଏହା ୧.୮୨ ଲକ୍ଷ କୋଟି ଟଙ୍କାକୁ ଆସିଥିବାବେଳେ ପୂର୍ବ ତ୍ରୈମାସିକ ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବର ୨୦୨୪ ରେ ହାରାହାରି ଜିଏସଟି ସଂଗ୍ରହ ୧.୭୭ ଲକ୍ଷ କୋଟି ଟଙ୍କା ଥିଲା। ଗତ ବର୍ଷ ସମାନ ତ୍ରୈମାସିକ ତୁଳନାରେ ଯଦି ଆମେ ଏହାକୁ ଦେଖିବା, ତେବେ ଏହି ଜିଏସଟି ସଂଗ୍ରହ ୮.୩ ପ୍ରତିଶତ ଅଧିକ ହୋଇଛି।

ବଢ଼ିଲା ଆଇଟିଆର୍ ଦାଖଲ ସମୟସୀମା
ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ଇନକମ୍ ଟ୍ୟାକ୍ସ ରିଟର୍ନ (ଆଇଟିଆର) ଦାଖଲ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିଲା।…

ହେମରାଜଙ୍କ ଚମତ୍କାର କଳା ପ୍ରଦର୍ଶନ
ଭୁବନେଶ୍ୱର,୧।୧(ଅଭୟ ଦାଶ): ବର୍ତ୍ତମାନର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ସୋସିଆଲ ମିଡିଆ ଯୁଗରେ ମଧ୍ୟ ଯାଦୁକଳାର ଚାହିଦା ପୂର୍ବ ପରି ରହିଛି ବୋଲି ଡାଇମଣ୍ଡ ଷ୍ଟାର…

୨୦୨୪ରେ ୪,୪୯,୦୨୨ ବିରିୟାନି ଅର୍ଡର
ଭୁବନେଶ୍ୱର,୩୧।୧୨ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଗ୍ରାହକ ଅନ୍ଲାଇନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ଅର୍ଡର କରୁଛନ୍ତି। ଏପରିକି…

ସାମାଜିକ ପ୍ରତିଷ୍ଠାନକୁ ଏସ୍ବିଆଇର ସହାୟତା
ଭୁବନେଶ୍ୱର,୩୧।୧୨: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ରାଜ୍ୟର ଦୁଇଟି ପ୍ରମୁଖ ସାମାଜିକ ପ୍ରତିଷ୍ଠାନ (ଓପନ୍ ଲର୍ନିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ…