ଭୁବନେଶ୍ୱର,୩୦।୧୨(ଅନିଲ ଦାସ): ଆସନ୍ତା ଜାନୁୟାରୀ ପହିଲାରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ୪ଟି ସହରକୁ ଏବଂ ଜାନୁଆରୀ ୩ ତାରିଖରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ୫ ସହରକୁ ବିମାନ ଉଡ଼ିବ।
ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜାନୁଆରୀ ୧ ତାରିଖରୁ ଝାରସୁଗୁଡା ବିମାନବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇ ସହରକୁ ସିଧାସଳଖ ବିମାନ ଚଳାଚଳ କରିବ।
ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ ସିଧାସଳଖ ବିମାନ ଚଳାଚଳ କରିବ। ଏହା ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ିବା ସହ ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି।
କ୍ରିପ୍ଟୋ କରେନ୍ସି ନାଁରେ ୧ ଲକ୍ଷ ଠକେଇ
ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି…
ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ
ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍ ଡିଭିଜନ ନାଭାଲ ଏନ୍ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ…