ବେତନଟୀ ସଦର: ଦୁର୍ଘଟଣାକୁ ଏଡାଇବାକୁ ସରକାର ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଟ୍ରାଫିକ ବ୍ୟବସ୍ଥା ଠାରୁ ଉତ୍ତମ ସଡ଼କ ନିର୍ମାଣ ପର୍ଯ୍ୟନ୍ତ ସରକାର ସବୁକିଛି କରୁଛନ୍ତି । ଲକ୍ଷ୍ୟ ରହିଛି ଧନ ଜୀବନର ସୁରକ୍ଷା। ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଏହି କ୍ରମରେ ବେତନଟୀ ବ୍ଲକ ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟ ଠାରୁ ମାତ୍ର ୫୦୦ମିଟର ଦୂରରେ ବାଳିଆପିଟା ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ୱରୁ ମାଟି ଧୋଇ ଯାଇ ରାଜ ପଥକୁ ଲାଗି ସୃଷ୍ଟି ହୋଇଛି ୫ଫୁଟରୁ ଅଧିକ ଗଭୀରର ଏକାଧିକ ଗର୍ତ୍ତ ଓ ଖାଲ, ଯୋଉଁଥିପାଇଁ ସନ୍ଧ୍ୟା ପରେ ଅନ୍ଧାର ହେଲେ ବଡ ବଡ ଟ୍ରକ ଗୁଡିକ ରାସ୍ତା ପାର୍ଶ୍ୱରେ ଥିବା ଖାଲକୁ ଦେଖି ହଟାତ ମନୋମୁଖୀ ଭାବେ ଗାଡିକୁ ଏଣେତେଣେ କାଟି ଦେଉଥିବାରୁ ରାସ୍ତାକଡ଼ରେ ଯାଉଥିବା ଅନ୍ୟ ଛୋଟ ଗାଡି, ବାଇକ ଚାଳକ ଓ ସାଇକେଲିଆ ଦୁର୍ଘଟଣାଗ୍ରସ୍ତ ହୋଉଛନ୍ତି। ଅନେକ ସମୟରେ ବାଇକ ଚାଳକ ଉକ୍ତ ଖାଲରେ ପଡି ମଧ୍ୟ ଆହତ ହୋଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ସ୍ଥାନୀୟ ଜାତୀୟ ରାଜପଥ ପାର୍ଶ୍ୱ ମ୍ୟାନେଜର ସିଂ ହୋଟେଲର କର୍ମଚାରୀ ରବୀନ୍ଦ୍ର ନାଥ ସାହୁ ସାଇକେଲରେ ଯାଉଥିବା ବେଳେ ହଠାତ ପଛପଟରୁ ଏକ ଟ୍ରକ ଆସିଯିବାରୁ ସେ ସାଇକେଲଟିକୁ ବାମ ପାର୍ଶ୍ୱକୁ କାଟିଦେଇଥିଲେ ଓ ଉକ୍ତ ଗର୍ତ୍ତରେ ପଡି ଗୁରୁତର ଆହତ ହୋଇଥିଲେ। ତେବେ ରାସ୍ତା ଏଭଳି ହୋଇଛି ଦୈନିକ କିନ୍ତୁ ହଜାର ହଜାର ଯାନବାହନ ସମେତ ଦୈନିକ ହଜାର ହଜାର ଯାତ୍ରୀ ନିଜ ଜୀବନକୁ ବାଜି ଲଗାଇ ଏଭଳି ରାସ୍ତାରେ ଯାତାୟତ କରୁଥିବାରୁ ଦୁର୍ଘଟଣା ଘଟିବା ସହିତ ମୃତ୍ୟୁକୁ ନିମନ୍ତ୍ରଣ କରୁଛି, ଯାହା ଫଳରେ ଏହି ରାଜପଥରେ ଜୀବନ ସହ ଖେଳ ଖେଳା ଯାଉଥିବା ସାଧାରଣରେ ମତ ପ୍ରକାଶ ପାଇ ଘୋର ଉଦବେଗ ପ୍ରକାଶ କରିଛନ୍ତି ମ୍ୟାନେଜର ସିଂ ହୋଟେଲର ମାଲିକ ବିନୋଦ ସିଂ ଓ ସ୍ଥାନୀୟ ଯୁବ ସମାଜସେବୀ ସୁବ୍ରତ ପତି। ତେବେ ଏଭଳି ବିପଦପୂର୍ଣ୍ଣ ରାସ୍ତା ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଗର୍ତ୍ତ ସମେତ ରାସ୍ତାର ଜାତୀୟ ରାଜପଥ ପ୍ରାଧିକରଣ ତୁରନ୍ତ ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି।