ମେଷ: ଅଫିସ୍ରେ ଅଧିକାରୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢ଼ାଇବ। ବେପାରରେ ଧନଲାଭର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କ ମନରେ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ମିଥୁନ: ଆପଣଙ୍କ ମନ ଶାନ୍ତ ରହିବ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କ ଯୋଗାଯୋଗ ଲିଷ୍ଟ୍ରେ କିଛି ନୂଆ ଯୋଡ଼ିବେ। ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବାର ଯୋଗ ରହିଛି।
କର୍କଟ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନ୍ୟମାନଙ୍କର ଉତ୍ସାହିତ ଦେଖି ଆପଣ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ।
ସିଂହ: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଆପଣଙ୍କ କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ଆୟ ବ୍ୟୟର ସମନ୍ବୟ ବଜାୟ ରହିବ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ଆସିବ।
କନ୍ୟା: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ହେବ। ଅଫିସ୍ରେ କୌଣସି କାମର ଲାଗି ରହିଥିବା ବାଧା ଦୂର ହେବ। ପ୍ରେମ ଜୀବନ ମଧୁର ହେବ।
ତୁଳା: ଆପଣଙ୍କ ମନରେ ସକାରାତ୍ମକତା ରହିବ। ଆଖପାଖର ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
ବିଛା: ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ। ଘର ଲୋକଙ୍କ ସାହାଯ୍ୟରେ ବେପାରକୁ ବୃଦ୍ଧି କରାଇବେ। ଚାକିରିଜୀବୀମାନେ ଆଶା କରୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି।
ଧନୁ: କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ। ରାଜନୀତି କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ।
ମକର: ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ଅଫିସ୍ରେ ଆପଣଙ୍କ କାମର ଉପରିସ୍ଥ କର୍ମଚାରୀ ଖୁସି ହେବେ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।
କୁମ୍ଭ: ସବୁ କାମ ଆପଣଙ୍କ ମନମୁତାବକ ପୂରା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ଧନ ସମ୍ବନ୍ଧୀୟ ବିଷୟରେ ଆପଣଙ୍କୁ ସଫଳତା ମିଳିବ।
ମୀନ: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। ଆପଣ କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରେଇ ରହିବେ।