ମେଷ: ମହତ୍ତ୍ବପୂର୍ଣ୍ଣ କାମ କରିବା ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ବଡ଼ ଭାଇଭଉଣୀଙ୍କର ପୂରା ସହଯୋଗ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ମିଥୁନ: ଦିନଟି ବ୍ୟସ୍ତତାରେ କଟିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବିରୋଧୀ ପକ୍ଷ ଆପଣଙ୍କ ଉପରେ ଦୃଷ୍ଟି ରଖିବେ। ବେପାରରେ ଲାଭ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।
କର୍କଟ: ଜରୁରୀ କାମ ଅବିଳମ୍ବେ ପୂରା କରିବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଜମି କିଣିବାର ଯୋଗ ରହିଛି।
ସିଂହ: ଅର୍ଥ ଦିଆନିଆ ବେଳେ ସାବଧାନ ରହନ୍ତୁ। ଆପଣଙ୍କ କାମର ନୂଆ ଯୋଜନା ଆକର୍ଷଣୀୟ ହେବ। ଚାକିରିଆମାନଙ୍କର ଆୟରେ ବୃଦ୍ଧି ହେବ। ପରିବାରରେ ସୌହାର୍ଦ୍ଦ ବଜାୟ ରହିବ।
କନ୍ୟା: କୌଣସି କଥା ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହେବ। ସମସ୍ୟାର ସମାଧାନ ଲାଗି ଜୀବନସାଥୀର ସାହାଯ୍ୟ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।
ତୁଳା: ନିଜ ବ୍ୟକ୍ତିତ୍ବର ବିକାଶ ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।
ତୁଳା: ଆପଣଙ୍କର କଳାତ୍ମକ ଓ ରଚନାତ୍ମକ କାର୍ଯ୍ୟକୁ ଯଥେଷ୍ଟ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।
ବିଛା: ଆଜି ଆପଣ ବହୁତ ସକ୍ରିୟ ରହିବ। ଲୋକମାନଙ୍କ ସହିତ ମିଳାମିଶା ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଭଉଣୀକୁ ଲେଖାପଢ଼ାରେ ସାହାଯ୍ୟ କରିପାରନ୍ତି।
ଧନୁ: ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ସହିତ ଖୁସି ବାଣ୍ଟିବେ। ଅଫିସରେ କାମ ପୂରା କରିବା ଦିଗରେ ବାଧା ଉପୁଜିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।
ମକର: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ କାମ ସମ୍ପର୍କରେ ବିଚାରବିମର୍ଶ କରିବା ଲାଗି ଦିନଟି ଭଲ। ପୁରୁଣା ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କିଛି ଉପହାର ଦେବେ।
କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ମଉକା ମିଳିବ।
ମୀନ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି କାମର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭ ମିଳିବ। ଜୀବନସାଥୀଙ୍କ ଠାରୁ ପ୍ରଚୁର ପ୍ରେମ ଓ ସୁଖ ପାଇବେ। କଲେଜ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।